ଗୋଲାପଡା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃତୀତ୍ବ ସର୍ବେକ୍ଷଣ ଆଲୋଚନା ଚକ୍ର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ ଜେନା):ଭଞ୍ଜନଗର ବ୍ଳକ ଗୋଲାପଡା କ୍ଳଷ୍ଟର ରେ ଜାତୀୟ କୃତୀତ୍ବ ସର୍ବେକ୍ଷଣ ବା ନାସ ପରୀକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଗୋଲାପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ନାୟକ ,ବରିଷ୍ଠ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ହୋତା, ରବିନ୍ଦ୍ର ଗୌଡ, ପବିତ୍ର ପ୍ରସାଦ ଷଢ଼ଙ୍ଗୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଗୋଲାପଡା ସି.ଆର୍.ସି.ସି ଦେବୀ ପ୍ରସାଦ ଦାଶ, ତିଳିସିଙ୍ଗି ସି.ଆର୍.ସି.ସି ସନ୍ତୋଷ ଗୌଡ ଓ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ସମ୍ବଳ ଶିକ୍ଷକ ରୂପେ ଯୋଗ ଦେଇ ନେସନାଲ ଏଚିଭମେଣ୍ଟ ସର୍ଭେ ବା ନାସ ସମେତ, ନୂତନ ଜାତୀୟ ଶିକ୍ଷାନୀତି ୨୦୨୦,ଫାଉଣ୍ଡେସନାଲ ଲିଟରେସି ଓ ନ୍ୟୁମେରିସି, ଓ ୱାସ ସମ୍ବନ୍ଧୀୟ ମଧ୍ୟ ଆଲୋଚନା କରିଥିଲେ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ପିଲାଙ୍କୁ କିପରି ଡୋର ଷ୍ଟେପ ରେ ନାସ୍ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବଣ୍ଟନ ହେବ ,ଡେଡିକେଟେଡ ଟିଚରସ୍ କିପରି ଏଫ.ଏଲ୍.ଏନ୍ କାର୍ଯ୍ୟକ୍ରମ ପରିଚାଳନା କରିବେ ଏବଂ ୱାସ ପ୍ରୋଗ୍ରାମ ଅଧିନରେ କିପରି ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଉପଲବ୍ଧ, ସ୍ବଚ୍ଛ ଟୟଲେଟ ଏବଂ ଉତ୍ତମ ସାନିଟାଇଜେସନ ବ୍ୟବସ୍ଥା ପାଇଁ ଯୋଜନା କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଶେଷରେ ଶିକ୍ଷକ ଅନିଲ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ