ଗୋଲାପଡା ପଞ୍ଚାୟତରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିଜେଡି ପକ୍ଷରୁ ଆଜି ଭଞ୍ଜନଗର ବ୍ଳକ୍ ଗୋଲାପଡା ପଞ୍ଚାୟତରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଗୋଲାପଡା ପଞ୍ଚାୟତର ଗୋଲାପଡା,ଆଗୁଲପଡା,ଗୋପୀନାଥପୁର, ନିଳାଦ୍ରୀପୁର ନାରାୟଣ ସାହି,ନାରାୟଣ ପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିଜେଡି ବ୍ଳକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଶ୍ରୀ ଆରୁଖ ବିଜେଡି ସରକାର ଅମଳରେ ହୋଇଥିବା ବିଭିନ୍ନ ଲୋକଭିମୁଖୀ ଓ ଜନକଲ୍ୟାଣକାରୀ ଯୋଜନା ସଂର୍ପକରେ କହିଥିଲେ। ବିଶେଷ କରି ଉପାନ୍ତ ଇଲାକାରେ ରହିଥିବା ଗ୍ରାମ ଗୁଡିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଗମନଗମନ ବ୍ୟବସ୍ଥାକୁ ସୁଦୃଢ କରାଯାଇଥିବା ପ୍ରକାଶ କରିଥିଲେ। ପ୍ରମୁଖ ନଦୀ ନାଳରେ ସେତୁ ନିର୍ମାଣ କରି ଉପାନ୍ତ ଅଞ୍ଚଳବାସୀଙ୍କୁ ସଂର୍ପକର ସେତୁରେ ଯୋଡା ଯାଇଥିବା ପ୍ରକାଶ କରିଥିଲେ। ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା ବ୍ୟାଘ୍ରଦେବୀ ଓ ଜଗନ୍ନାଥ ମନ୍ଦିରର ରୁପାନ୍ତରଣରେ ସାମିଲ କରାଯାଇଥିବା ସହ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାରେ ଗ୍ରାମାଞ୍ଚଳର ଉନ୍ନତି ସମ୍ପର୍କରେ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଙ୍ଗଠକ ରାଜ କୁମାର ସାହୁ,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ଭାଗ୍ୟଲତା ସେଠୀ,ବ୍ଳକ୍ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଯୁବ ବିଜେଡ଼ି ସଭାପତି ସୁଧୀର ରଞ୍ଜନ ବେହେରା, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ,ଭକ୍ତରାମ ଜେନା,ଦେବଦତ୍ତ ପ୍ରଧାନ,ଶୂଳପାଣୀ ଶତପଥୀ,ଜଗବନ୍ଧୁ ଜେନାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ