ଗୋଲାପ କ୍ଷେତ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତ ର ନୂଆପଲ୍ଲୀ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ପ୍ରଚେଷ୍ଟାରେଗୋଲାପ ଫୁଲଚାଷ କରିଛନ୍ତି । ଆଜି ଗୋଲାପ କ୍ଷେତକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ଜିଲ୍ଲାର ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସଞ୍ଜୟ କୁମାର ବାରିକ ପରିଦର୍ଶନ କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମାଆ ମାନଙ୍କ ସହିତ ଚାଷ ସଂପର୍କରେ ଆଲୋଚନାକରିବାସହ ଥାଇଲାଣ୍ଡରୁ ଆସିଥିବା ଜେବ୍ରା ଫୁଲଗଛର ଚାରାରୋପଣ କରିଥିଲେ । ମାଗ୍ରାମ୍ୟଦେବୀସ୍ୱୟଂସହାୟିକାଗୋଷ୍ଠୀ ଦ୍ୱାରା ୪୦୦ ବର୍ଗମିଟର ପରିମିତକ୍ଷେତରେଏହିଗୋଲାପ ଚାଷବାଉଁଶ ଦ୍ୱାରା ଆଚ୍ଛାଦିତସବୁଜଗୃହରେକରାଯାଇଛି ।ଜାତୀୟ ଉଦ୍ୟାନ କୃଷିମିଶନ ଆର୍ଥିକସହାୟତା ଓ ଉଦ୍ୟାନ କୃଷି ବିଭାଗର ବୈଷୟିକ ସହାୟତାରେ ଏହି କାର୍ଯ୍ୟକ୍ରମ ହୋଇଛି । ଏଥିରେ ପ୍ରାୟ ୩୨୦୦ ଡଚ୍ କିଶମରଗୋଲାପ ଗଛ ଲାଗିଛି । ୫ମାସ ପରେ ବ୍ୟବସାୟିକ ଭିତ୍ତିରେ ଫୁଲଉତ୍ପାଦନ ହେବ । ବାର୍ଷିକ ୨ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି ।ସ୍ୱୟଂସହାୟିକାଗୋଷ୍ଠୀଗୋଲାପ ଫୁଲଚାଷ କରି ଓଡ଼ିଶାରେ ପ୍ରଥମ ବୋଲି ଏହାକୁ ପ୍ରଦର୍ଶନୀ କ୍ଷେତ୍ରଭାବେ ଉପଯୋଗ କରି ଅନ୍ୟାନ୍ୟ ସ୍ୱୟଂସହାୟିକାଗୋଷ୍ଠୀମାନଙ୍କୁ ଏଥି ପ୍ରତି ଆକୃଷ୍ଟ କରିବା ପାଇଁ ଗତ ୧୮ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଏହା କହିଥିଲେ ।ତେବେ ଆଜି ଏହି କ୍ଷେତକୁ ଭଦ୍ରକ ଜିଲ୍ଲାପାଳ ପରିଦର୍ଶନ କରି ମାଆ ମାନଙ୍କୁ ଭୂୟସୀ ପ୍ରଶଂସାକରିବା ସହ ଗଞ୍ଜାମ ଜିଲ୍ଲାପାଳ ଏବଂ ଓଡ଼ିଶା ଜୀବିକା ମିଶନର ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜିର ପରିଦର୍ଶନରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଜୀବିକା ମିଶନର ଡିପିଏମ୍ ନବୀନ କୁମାରସେନାପତି, ଏପିଡି (କ୍ରେଡିଟ୍ ) ନଳିନୀକାନ୍ତ ମିଶ୍ର, ଛତ୍ରପୁରଓଡ଼ିଶାଜୀବିକାମିଶନର ବ୍ଲକ ସଂଯୋଜିକା ମାନିନୀଜେନାଙ୍କସମେତଭିକାରୀପଲ୍ଲୀ ପଞ୍ଚାୟତରସମସ୍ତସ୍ୱୟଂସହାୟିକାଗୋଷ୍ଠୀରମହିଳାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ