ଗୋଲାପ ଚାଷ ବୁଲିଦେଖିଲେ ସଚିବ
ଛତ୍ରପୁର : ଓଡିଶା ଜିବୀକା ମିସନ ପକ୍ଷରୁ ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମରେ ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପକ୍ଷରୁ କରାଯାଉଥିବା ଗୋଲାପ ଓ ଜାର୍ବେରା ଫୁଲ ଚାଷ ବଗିଚା ଆଜି ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପରିଦର୍ଶନ କରିଥିଲେ । ମାଁ ଗ୍ରାମଦେବତୀ ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ୪୦୦ସ୍କୋର ମିଟରରେ ଚାଷ କରାଯାଇଛି ଗୋଲପ ଚାଷ । ଏହାର ବୀହନ ପୁନେ ରୁ ଅଣାଯାଇଛି । ସେହିପରି ମାଁ ବାଳକୁମାରୀ ଓ ମାଁ ଭୈରବୀ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ଜାର୍ବେରା ଫୁଲ ଚାଷ କରାଯାଇଛି । ଏହାର ବୀହନ ଥାଇଲାଣ୍ଡ ଠାରୁ ଅଣାଯାଇଛି । ଆଜି ଶକ୍ତି ସଚିବ ଶ୍ରୀ ସେଠୀ ପରିଦର୍ଶନ ଖୁସି ଜାହିର କରିବା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ପ୍ରଶଂସା କରିଥିଲେ । ଏହି ପରିଦର୍ଶନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିପିଏମ୍ ନବୀନ କୁମାର ସେନାପତି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଓଡିଶା ଜିବୀକା ମିସନର ବ୍ଲକ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହି ଗୋଲାପ ଚାଷ କୁ ଭଦ୍ରକ ଜିଲ୍ଲାପାଳ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ ସାହୁ ବୁଲିଦେଖିଯାଇଛନ୍ତି ।