ଗୋଲାପ , ଜାର୍ବେରା, ଏବଂ ଅର୍କିଟ ଚାଷ ବୁଲିଦେଖିଲେ ୱାଲ୍ଡ ଫୁଡ ପ୍ରୋଗ୍ରାମ ସଂସ୍ଥାର ରାଜ୍ୟ ପ୍ରକଲ୍ପ ସଂଯୋଜକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମରେ ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା କରାଯାଉଥିବା ଗୋଲାପ ଓ ଜାର୍ବେରା ଫୁଲ ଚାଷ ବଗିଚା ଶନିବାର ୱାଲ୍ଡ ଫୁଡ ପ୍ରୋଗ୍ରାମ ସଂସ୍ଥାର ରାଜ୍ୟ ପ୍ରକଳ୍ପ ସଂଯୋଜକ ହିମାଂଶୁ ଏସ ବଳ ପରିଦର୍ଶନ କରିଥିଲେ । ମାଁ ଗ୍ରାମଦେବତୀ ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ୪୦୦ସ୍କୋର ମିଟରରେ ଚାଷ କରାଯାଇଛି ଗୋଲପ ଚାଷ । ଏହାର ବୀହନ ପୁନେ ରୁ ଅଣାଯାଇଛି । ସେହିପରି ମାଁ ବାଳକୁମାରୀ ଓ ମାଁ ଭୈରବୀ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ଜାର୍ବେରା ଫୁଲ ଚାଷ କରାଯାଇଛି । ଏହାର ବୀହନ ଥାଇଲାଣ୍ଡ ଠାରୁ ଅଣାଯାଇଛି । ଆଜି ୱାଲ୍ଡ ଫୁଡ ପ୍ରୋଗ୍ରାମ ସଂସ୍ଥାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବଳ ପରିଦର୍ଶନ କରି ଖୁସି ଜାହିର କରିବା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ପ୍ରଶଂସା କରିଥିଲେ । ଏଥିରେ ଗଂଜାମ ଜିଲ୍ଲା ମିଶନ ଶକ୍ତିର ସଂଯୋଜକ ଶ୍ୱାଶତ ସାହୁ, ଛତ୍ରପୁର ବ୍ଲକ ଓଡିଶା ଜୀବିକା ମିଶନର ସଂଯୋଜିକା ମାନିନୀ ଜେନାଙ୍କ ସମେତ ବିଭାଗର ବହୁ ଅଧିକାରୀ ଏବଂ ସ୍ୱୟଂ ସହାୟିକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହି ବଗିଚା କୁ ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ ସାହୁ, ଭଦ୍ରକ ଜିଲ୍ଲାପାଳ ଏବଂ ବହୁ ରାଜ୍ୟ ଏବଂ ରାଜ୍ୟ ବାହାର ଅଫିସ ମାନେ ପରିଦର୍ଶନ କରି ଖୁସିଜାହିର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ