ଗୋଲିଆରେ ମା’ ଶ୍ଯାମାକାଳୀଙ୍କ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଲଙ୍ଗଳେଶ୍ଵର ପାଠାଗାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖ ଦିନ ପବିତ୍ର ଦୀପାବଳି ଅବସରରେ ୯ ମ ଥର ପାଇଁ ଆୟୋଜିତ ହେବାକୁ ଥିବା ମା’ ଶ୍ୟାମା କାଳୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ତେଲୁଗୁ ସାହିରେ ମା’ଙ୍କ ପୂଜା ମଣ୍ଡପ ନିକଟରେ ଉକ୍ତ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ପୁରୋହିତ ଶଶାଙ୍କ ଭୂଷଣ ହୋତାଙ୍କ ଦ୍ୱାରା ସମ୍ପାଦନ କରିଥିଲେ। କର୍ତ୍ତା ଭାବେ ପାଠାଗାରର ସଭାପତି ଶିବ ଶଙ୍କର ମହାପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପାଠାଗାରର ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ଓ ସହ ସମ୍ପାଦକ ପବିତ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ସୁଶାନ୍ତ କୁମାର ସାହୁ , ଚିନ୍ମୟ ପଣ୍ଡା , ଗୌରୀ ସାହୁ , ତାପସ ପ୍ରଧାନ , ବାଳକୃଷ୍ଣ ସାହୁ , ଶ୍ରୀକାନ୍ତ ଗୌଡ ଓ ଶଙ୍କର ଡାକୁଆ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ମହାମାରୀ କରୋନା କାରଣରୁ ଗତ ଦୁଇ ବର୍ଷ ମା’ଙ୍କ ପୂଜା ଉତ୍ସବ ଫିକା ପଡିଯାଇଥିଲା ବେଳେ ଚଳିତ ବର୍ଷ ଧୂମଧାମରେ ଏହାକୁ ପାଳନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ