ଗୋଲିଆରେ ମା’ ଶ୍ୟାମାକାଳୀଙ୍କ ପୂଜାମହୋତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଶ୍ରୀ ଶ୍ରୀ ଲଙ୍ଗେଳଶ୍ବର ପାଠାଗାର ପକ୍ଷରୁ ମା’ ଶ୍ୟାମାକାଳୀଙ୍କ ପୂଜା ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇଯାଇଛି। ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସ ଅମାବାସ୍ୟା ଅକ୍ଟୋବର ୨୪ ତାରିଖ ଦିନ ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରତିଦିନ ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ଅକ୍ଟୋବର ୩୧ ତାରିଖ ଦିନ ଅପରାହ୍ନ ରେ ମା’ଙ୍କ ବିସର୍ଜନ କାର୍ଯ୍ୟ ସମାପନ ହେବ। ମା’ ଙ୍କ ପୂଜା ଉପଲକ୍ଷେ ଅକ୍ଟୋବର ୨୩ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅକ୍ଟୋବର ୨୪ ତାରିଖ ରାତ୍ରରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜୀବଦାନ ପ୍ରଦାନ କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପୂଜାକାର୍ଯ୍ୟରେ ପୁରୋହିତ ଭାବେ ଗୋଦାବରୀଶ ହୋତା, ଉମାତନୟ ହୋତା, ଶଶାଙ୍କ ଭୂଷଣ ହୋତା ଓ ସୁକାନ୍ତ କୁମାର ରଥ କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜାରେ କାର୍ତ୍ତାଭାବେ କୁନି ସାହୁ ଓ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ମା’ ଶ୍ୟାମାକାଳୀଙ୍କ ମୂର୍ତ୍ତି ନିର୍ମାଣ ଭଞ୍ଜନଗରର ପ୍ରଶନ ଭାଇ କରିଥିବା ବେଳେ ମେଢ଼ ସାଜସଜ୍ଜା ଭାବରଡ଼ାର ଗ୍ରାମର କାଳିଆ ଭାଇ ଏବଂ ଶବ୍ଦ ଓ ଆଲୋକ ସଜ୍ଜା ଭାମଶ୍ୟାଳି ଗ୍ରାମର ଗୁରୁ ଭାଇ ଦାୟିତ୍ୱ ବହନ କରିଛନ୍ତି। ପାଠାଗାର ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଏବଂ ଗୋଲିଆ ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ