ଗୋଲିଆ ଗଣ୍ଡଗୋଳ ମାମଲାରେ ୧୦ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ଅଗଷ୍ଟ ୧୪ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ହୋଇଥିବା ଗଣ୍ଡଗୋଳ ଘଟଣାରେ ବୁଗୁଡା ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଆଜି ପୋଲିସ ଉଭୟ ପକ୍ଷରୁ ୫ ଜଣ ଲେଖାଁଏ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। କେଶ ନଂ ୨୨୩/୨୦ ପ୍ରକାରେ ଗୋଲିଆ ଗ୍ରାମର ଭଗବାନ ପ୍ରଧାନ, ମନୋଜ ପ୍ରଧାନ, ଦୀପକ କୁମାର ସାହୁ, ତ୍ରିଲୋଚନ ରାଉତ, ଓ ନିତ୍ୟାନନ୍ଦ ସାହୁ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ବେଳେ କେଶ ନଂ ୨୨୪/୨୦ ପ୍ରକାରେ ଗୋଲିଆ ଗ୍ରାମର ରଞ୍ଜିତ ସ୍ଵାଇଁ ଓ ସୀତାରମ ରାଉତ ଏବଂ ଭାମଶ୍ୟାଳି ଗ୍ରାମର ଅନିଲ ପୋଲାଇ, କୃଷ୍ଣଚନ୍ଦ୍ର ଦାସ, ଓ ଅନନ୍ତ ସାମଲ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। କୋର୍ଟ ଚାଲାଣ ହୋଇଥିବା ୧୦ ଜଣଙ୍କ ଜାମିନ ଆବେଦନ ଖାରଜ ହେବାପରେ ସମସ୍ତଙ୍କୁ ଭଞ୍ଜନଗର ଉପକାରାଗର କୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ