ଗୋଲ୍ଡକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସମ୍ରାଟ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ଚାଲିଥିବା ବିଜୟ ମହାନ୍ତି ମେମୋରିଆଲ ଗୋଲ୍ଡକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଜଗତ କ୍ରିକେଟ ଏକାଡେମୀ ଓ ୟୁ ଏଣ୍ଡ ମି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୪୦ ଓଭର ବିଶିଷ୍ଟ ମ୍ୟାଚରେ ଜଗତ ଦଳ ଟସି ଜିଣି ପ୍ରଥମେ ବ୍ୟାଟିଂ କରି ୩୭ ଓଭରରେ ସମସ୍ତ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସତ୍ୟକାମ ଭରଦ୍ୱାଜ ସର୍ବାଧିକ ୫୪ରନ୍ ସଂଗ୍ରହ କରିଥିଲା । ଜବାବରେ ୟୁ ଏଣ୍ଡ ମି ୩୯.୧ ଓଭରରେ ୯ ଉଇକେଟ ହରାଇ ୧୯୭ରନ୍ ସଂଗ୍ରହ ସହ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ସରୋଜ ବେହେରା ସର୍ବାଧିକ ୬୨ ରନ ଓ ସୁକାନ୍ତ ମହାନ୍ତି ଅପରାଜିତ ୪୮ ରନ ସଂଗ୍ରହ କରିଥିଲେ । ଜଗତ କ୍ରକେଟ ଏକାଡେମୀର ପ୍ରଶାନ୍ତ ଗଙ୍ଗୋଇ ଓ କିଶାନ ମନୋହର ମହାନ୍ତି ୩ଟି ଲେଖାଏଁ ଉଇକେଟ ନେଇଥିଲେ । ୟୁ ଏଣ୍ଡ ମିର ଖେଳାଳି ସୁକାନ୍ତ କୁମାର ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଛି । ଦିଲୀପ କୁମାର ଜେନା ଓ ଗିରିଶ ସାହୁ ଆମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥଲେ । ରାହୁଲ ସିଂ ସ୍କୋରର ଓ ନୀଲେଶ କୁମାର ରାଉତ ଅନଲାଇନ ଲାଇଭ ଷ୍ଟ୍ରିମର ଭାବେ ଭାବେ ଦାୟିତ୍ୱ ତୁଲାଇଥିଲେ । ଏସ ବି ସିମରନ ଏହି ମ୍ୟାଚରେ କମେଣ୍ଟଟେଟର ଭାବେ କାର୍ଯ୍ୟ କରିଥିଲେ । ରବିବାର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମ୍ରାଟ କ୍ରିକେଟ କ୍ଲବ ଓ କ୍ଲବ ୟୁ ଏଣ୍ଡ ମି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଗୋଲ୍ଡକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚେୟାରମ୍ୟାନ ଅଜିତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଶ୍ୱିନୀ ସାମଲ, ଅଶୋକ ବାରିକ, ଅବିନାଶ ପାତ୍ର, ଦିଲ୍ଲୀପ ଦାସମହାପାତ୍ର, ବିଜୟ ପାଢ଼ୀ, ଶେଖ ଜଲାଲୁଦ୍ଦିନ, ନରୋତ୍ତମ ଭଞ୍ଜ, ଅମିତ ଦାଶ, ଜୟକୃଷ୍ଣ ନାୟକ, ନାଜମଲ ହୋଦା, ରାଜକିଶୋର ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ