ଗୋଳନ୍ଥରା ପୋଲିସର ବଡ ଧରଣ ଜୁଆ ଆଡ୍ଡାରେ ଚଢ଼ାଉ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍)”ଗୋଳନ୍ଥରା ଥାନା ପୋଲିସ ବୁଧବାର ସୋର୍ଲ ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ପଡ଼ିଆରେ ଚାଲିଥିବା ବଡ ଧରଣ ଜୁଆ ଆଡ୍ଡାରେ ଚଢ଼ାଉ କରି 8ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧ଲକ୍ଷ ୮୦ ହଜାର ଟଙ୍କା ଓ ଚାରୋଟି ବାଇକ ଜବତ କରାଯାଇଥିବା ଜଣାପଡିଛି l ପୋଲିସ କହିବା ଅନୁସାରେ , ଗତ କିଛି ଦିନ ହେଲା ଗିରିଶୋଲା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ପହଂଚିଥିଲା l ଖବର ପାଇ ବୁଧବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ନେତୃତ୍ୱରେ ପଡ଼ିଆରେ ଜୁଆ ଆଡା ଉପରେ ଅତର୍କିତ ଚଢ଼ାଉ କରିଥିଲେ l ଘଟଣା ସ୍ଥଳରୁ ୮ଜଣ କାବୁ କରିଥିଲେ ଓ କିଛି ଜୁଆଡି ଚମ୍ପଟ ମାରିଥିଲେ l ଗିରଫ ଜୁଆଡ଼ି ମାନେ ହେଲେ ଗିରିସୋଲାର ବି ହନୁମନ୍ତ ରାଓ, ଗୋଷାଣୀ ନୂଆଗାଁ ଥାନା ଗୁଡସଷେଡ ରୋଡର ସୁଶାନ୍ତ କୁମାର ସାହୁ, କମାପଲ୍ଲୀ ର ଅମିତ ରାମ,ଆଲ୍ଲପୁରର କେଶବ ବେହେରା,କୁଠାରିମନ୍ଦିର ସାହିର ଇବୁ ଗୈାଡ, ଅଯୋଧ୍ୟା ନଗରର ରାଜେନ୍ଦ୍ର ଜେନା, ପଦ୍ମନାଭପୁର ଗ୍ରାମର କେ ନରସିଂହ ଓ ହାଉସିଗ ବୋର୍ଡ କଲୋନୀ ର କେ କ୍ରିଷ୍ଣା ରାଓ ବୋଲି ପୋଲିସ ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ