ଗୋଳାବନ୍ଧରେ ଧାନ ମଣ୍ଡି ଖୋଲିଲା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ସେବା ସମବାୟ ସମିତିରେ ବୁଧବାର ଦିନ ଧାନ ମଣ୍ଡି ଖୋଲିଥିବା ଜଣାପଡିଛି। ଧାନ ମଣ୍ଡିକୁ ଗୋଳାବନ୍ଧ ସେବା ସମବାୟ ସମିତିର ପୂର୍ବତନ ସଭାପତି ବିକ୍ରମାଦିତ୍ୟ ଆରୁଖ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ଯୋଗଦେଇଥିଲେ। ସେବା ସମବାୟ ସମିତିର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ