ଗୋଳାବନ୍ଧରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମାର୍ଚ୍ଚ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଳାବନ୍ଧ ସେବା ସମବାୟ ସମିତି ସଭାପତି ବସନ୍ତ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଉପ ଶାଖା ପରିଚାଳକ ରଞ୍ଜିତ କୁମାର ବିଶ୍ୱାଳ, ଗୋଳାବନ୍ଧ ସରପଞ୍ଚ ମୌନବତୀ ଜେନା ଓ ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ବାଇଁ, ଶଙ୍କୁରୁ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ପୂର୍ବତନ ବୁଗୁଡା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ସମବାୟ ସମିତି ଜରିଆରେ ରାଜ୍ୟ ସରକାର କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ବୃହତ ଚାଷୀମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ସଭାପତି ଶ୍ରୀ ସାମଲ ଅବଗତ କରାଇଥିଲେ। ଚାଷୀମାନେ ସବସିଡରେ ମାଛ ଚାଷ ଓ କୁକୁଡ଼ା ଚାଷ, ଅନ୍ୟାନ୍ୟ ଋଣ କରିପାରିବ ସହ, ସାର, ବିହନ ପ୍ରଭୃତି ସୁଲଭ ମୂଲ୍ୟରେ ସମବାୟ ସମିତିରୁ ନେଇପାରିବେ ବୋଲି ଚାଷୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ, ଡ଼ାଇରେକ୍ଟର ଓ କୃଷକ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ