ଗୋଷାଣୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି ପରିସର କାର୍ଯ୍ୟାଳୟ ଠାରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଗୋଷାଣୀ ବ୍ଲକର ସମସ୍ତ ପଞ୍ଚାୟତ ଜନ ସାଧାରଣ ଯୋଗଦେଇଥିଲେ । ପ୍ରଥମେ ଗୋଷାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ବିଷୟରେ କହିଥିଲେ । ଏହା ସହ ଗୋଷାଣୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସି.ଏଚ୍. ତାରକେଶ୍ୱରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର ଦାସ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ ବିଷୟରେ କହିଥିଲେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଆଜି ଆମ ପାଇଁ ଐତିହାସିକ ଶୁଭ ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍ଏସି, ପୌରପରିପରିଷଦରେ ଶୁଭ ଆରମ୍ଭ କରିଛନ୍ତି । ଆଜି ଗୋଟିଏ ଗରିବ ଲୋକ ଅର୍ଥ ଅଭାବରୁ ମେଡିକାଲ ନ ଯାଇ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗରିବ ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଏହା ଅଗଷ୍ଟ ୧୫ ଠାରୁ ଆରମ୍ଭ ହୋଇଛି । ଦେଶରେ ପ୍ରଥମ କରି ଏହି ଯୋଜନା ଓଡିଶାରୁ ଆରମ୍ଭ ହୋଇଛି । ଏପରି ଯୋଜନା ଅନ୍ୟ କୌମସି ରାଜ୍ୟରେ ନାହିଁ । ମିଶନ ଶକ୍ତି ଜରିଆରେ ମା ମାନଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଯୋଗୁଁ ସମ୍ଭପର ହେଉଛି । ମନ୍ତ୍ରୀ ଶ୍ରୀ ପୂଜାରୀ ନବୀନ ପଟ୍ଟନାୟକଙ୍କ ଲୋକାଭୀମୁଖୀ ଯୋଜନା ଗୁଡିକ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହାପରେ ମନ୍ତ୍ରୀ ବ୍ଲକର ବିଭିନ୍ନ ଗ୍ରାମ ଯଥା ରମ୍ପା, ଲାବଣ୍ୟଗଡ, ଗାରବନ୍ଧ, ସୋବରା, ବଡକତୁରୁ, ଘୋରଣୀ ଆଦି ପଞ୍ଚାୟତ ବୁଲି ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରି ଫେରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏଡିଏମ ରାଜେନ୍ଦ୍ର କୁମାର ରଣଜିତ୍, ଗୋଷାଣୀ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଧର ନାଇଡୁ, ସଭ୍ୟା ବିମଳା ସାମଲ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲ୍ର କନିଷ୍ଠ ଯନ୍ତ୍ରୀ ନୀଳାଚଳ ମହାପାତ୍ର, ଦମୟନ୍ତି ହଂସଦା, ସୁବ୍ରମଣ୍ୟମ ପଣ୍ଡା, ଭବାନି ବେହେରା ପ୍ରମୁଖ ପରିଚାଳନା କରିଥିଲେ ।