ଗୋଷାଣୀରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପରିସର ଠାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିକାଶ ଓଡିସା ସରକରଙ୍କ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଏବଂ ଓରମାସ ତଥା ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ନିୟୋଜନ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଜିଲ୍ଲା ଦକ୍ଷତା ନିକାଶ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଶାୟୀ ପ୍ରାର୍ଥୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଯୋଗଦାନ କରି ସ୍ୱାବଲମ୍ବା ହେବାକୁ ଉତ୍ସାହିତ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା । ସେହିପରି ଗୋଷାଣୀ ଗୋଷ୍ଠୀ ଉନ୍ନୟ ଅଧିକାରୀ କହିଥିଲେ ଗ୍ରାମାଞ୍ଚଳ ମାନଙ୍କର ବେକାର ଯୁବକ ଯୁବତୀ ମାନେ ଉପସ୍ଥିତ ଥିବାମାନଙ୍କୁ କହିଥିଲେ ଯେ, ଘରେ ନବସି ଆର୍ଥିକ ସ୍ୱଚ୍ଛଳ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଦ୍ୱାରା ଦିଆଯା÷ଉଥିବା ବଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ଏହି ନିଯୁକ୍ତି ମେଳାରେ ପ୍ରାୟ ଦୁଇଶହ ଯୁବକ ଯୁବତୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷାଣୀ ବିପିଏମ୍ ମମତା ରାଉଳ ପରିଚାଳନା କରିଥିବା ବେଳେ ବ୍ଲକ ଜୀବିକା ସଂଯୋଜକ ମାନସ ପାଣି ଏବଂ ସନାତନ ଖଟୁଆ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ