ଗୋଷାଣୀ ବ୍ଲକରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗୋଷାଣୀ ବ୍ଲକ ଠାରେ ଗୁରୁବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପନ ହୋଇଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିବା ସହ ଶାନ୍ତି ଶୃଙ୍ଖଳାରେ କିପରି ନିର୍ବାଚନ ପରିଚାଳନା ହେବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରି ଥିଲେ । ୨୬୬ବୁଥରେ ୨ଗୋଟି ଜିଲ୍ଲାପରିଷଦ ଜୋନ୍ ଯଥା ଜୋନ୍ ନଂ. ୬ ଓ ୭ ଏବଂ ୨୧ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପାଇଁ ନିର୍ବାଚନ ହୋଇଥିଲା । ମୋଟ ୬୮ହଜାର ୭୫୩ ଭୋଟରଙ୍କ ଲାଗି ବ୍ୟବସ୍ଥା ହୋଇଥିଲା । ଦୁଇ ଗୋଟି ଜିଲ୍ଲାପରିଷଦ ଜୋନ୍ରେ ମୋଟ ୮ ପ୍ରର୍ଥୀ/ପ୍ରାର୍ଥୀିନୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ବ୍ଲକରେ ମୋଟ ୨୧ପଞ୍ଚାୟତ ମଧ୍ୟରୁ ୨୦ଗୋଟି ପଞ୍ଚାୟତରେ ନିର୍ବାଚନ ମଇଦାନରେ ୪୯ପ୍ରାର୍ଥୀ/ପ୍ରାର୍ଥିନୀ ରହିଥିବା ବେଳେ ଗୋଟିଏ ତାଟିପାଟିରେ ସରପଞ୍ଚ ନିଦ୍ୱର୍ନ୍ଦଭାବେ ବିଜୟ ହାସଲ କରିଛନ୍ତି । ସେହିପରି ୨୧ଗୋଟି ସମିତି ମଧ୍ୟରୁ ବଡଗୋଷାଣୀ ସମିତି ସଭ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଯାଇଥିବାରୁ ଅବଶିଷ୍ଟ ୨୦ ସମିତି ପଦବୀ ପାଇଁ ୭୩ଜଣ ଓ ୨୬୬ଟି ୱାର୍ଡ ମେମ୍ବର ପାଇଁ ୭୬ ଗୋଟି ୱାର୍ଡରେ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଅବଶିଷ୍ଟ ୧୯୦ଗୋଟି ୱାର୍ଡ ରେ ପ୍ରାୟତଃ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ/ପ୍ରାର୍ଥିନୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଯାଇଛନ୍ତି । ଅବଶ୍ୟ ଏହି ନିଦ୍ୱର୍ନ୍ଦତରେ ନିର୍ବାଚିତ ହୋଇଥିବା ପଦପଦବୀର ଔପଚାରିକ ବା ବିଧିବଧ ଭାବେ ଘୋଷଣା କରାଯାଇ ନାହିଁ । ଖବର ଲେଖା ହେବା ସୁଦ୍ଧା ୭୦ପ୍ରତିଶ ମତଦାନ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଗୋଷାଣୀ ବ୍ଲକ ଜିଲ୍ଲାର ଅତିଗୁରୁତ୍ୱ ପୂର୍ଣ୍ଣ ଓ ରାଜନୈତିକ ଦଳ ଗୁଡିକ ବେଶ ସକ୍ରିୟ ଥିବାରୁ କୌଣସି ଗଣ୍ଡଗୋଳ ପରିସ୍ଥିତି ନ ଉପୁଜିବ ସେଥିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମ୍ବେଦନଶୀଳ, ଅତିସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ହୋଇଥିଲା ।


