ଗୋଷାଣୀ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ବାଳକୃଷ୍ଣ ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ନେବାପରେ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀମାଝୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାର ଜଣାପଡିଛି । ଏଥିପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବ୍ରଜ ନାୟକ । ବାଳକୃଷ୍ଣ ମାଝୀ ପ୍ରଥମେ ବଡପଦା ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତ ହୋଇ ପରେ ଉପଲଡା ହାଇସ୍କୁଲରୁ ପଦନ୍ନୋତି ପାଇ ଭୁଷୁକୁଡି ଗ୍ରାମରେ ଥିବା ହାଇସ୍କୁଲ ଠାରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ମୁଖ୍ୟତଃ ବିଜ୍ଞାନ ଏବଂ ଗଣିତ ବିଷୟବସ୍ତୁ ପଢାଇବାପାଇଁ ବହୁ ଖ୍ୟାତି ଅର୍ଜନ କରିବା ସହ ବିହୁ ବିଜ୍ଞାନ ମେଳାରେ ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହେଉଥିବା ପ୍ରଦର୍ଶନୀରେ ବହୁ ଛାତ୍ରଛାତ୍ରୀ କୃତୀତ୍ୱ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବାଳକୃଷ୍ଣ ମାଝୀଙ୍କ ଜନ୍ମ ସ୍ଥାନ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ