ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଣୀ ଙ୍କ ବିରୁଦ୍ଧରେ ଦୁର୍ନୀତି ଓ ଅସଦ ବ୍ୟବହାର ନେଇ ଉପଜିଲ୍ଲପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ତିନି ବର୍ଷ ହେଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରି ଭାବରେ ଡାକ୍ତର ନିବେଦିତା ସାହୁ କାଯ୍ୟରତ ସମୟରେ ବାରମ୍ବାର ସ୍ବାସ୍ଥ୍ୟ କର୍ମୀ ଓ ଜନସାଧରଣଙ୍କ ପ୍ରତି ଅସଦ ବ୍ୟବହାର କରି ଆସୁଥିଲେ। ସ୍ବାସ୍ଥ୍ୟ କର୍ମୀଙ୍କ ବାରମ୍ବାର ନିବେଦନ ଅନୁରୋଧ ସତ୍ତ୍ଵେବି ଡ଼ାକ୍ତର ନିବେଦିତା ସାହୁଙ୍କ ଦୁର୍ନୀତି ଓ ଅସଦ ବ୍ୟବହାରରେ କୌଣସି ପରିବର୍ତନ ନ ହେବାରୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ନିବେଦିତା ସାହୁଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ଆସୁଥିବାରୁ ବିଭିନ୍ନ ବିଭାଗର କର୍ମଚାରୀ ମାନେ ବାଧ୍ୟ ହୋଇ ଆଜି MPHW (F) ଓ MPHW (M) କର୍ମୀ ମିଳିତ ଭାବରେ ଗଜପତି ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇ ଡ଼ାକ୍ତର ନିବେଦିତା ସାହୁଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଆଣିଥିଲେ ଏବଂ ତାଙ୍କୁ ଏଠାରୁ ତୁରନ୍ତ ରିଲିଭ କରିବା ପାଇଁ ଦାବୀ କରିଥିଲେ l ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଉକ୍ତ ସ୍ମାରକ ପତ୍ର କୁ ଉପଜିଲ୍ଲପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ସ୍ମାରକ ପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିର୍ଯ୍ୟାତିତ କର୍ମୀମାନଙ୍କ ବିଭିନ୍ନ ଅଭିଯୋଗ ଯଥା ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପ୍ରତୀ ଅଶ୍ଳୀଳ ବ୍ୟବହାର ଧମକ ଏବଂ ବିଭିନ୍ନ ଆଳ ଦେଖାଇ ପଇସା ଆଦାୟ ଯଥା – ଚାକିରି ନିୟମିତର ତଥ୍ୟ ଦେବା ପାଇଁ ଟଙ୍କା ଆଦାୟ, ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଘାଟି ସ୍ଥାନରୁ ସ୍ଥାନାତରିତ କରିବା ପାଇଁ ଟଙ୍କା ଆଦାୟ, କାୟାକଳ୍ପ ପାଇଁ ସରକାରୀ ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଯୋଜନା ଥିଲେ ମଧ୍ୟ୍ୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଠାରୁ ବାଧ୍ୟ କରି ଟଙ୍କା ଆଦାୟ କରିବା, ଆଶା କର୍ମୀ ମାନେ ପ୍ରସବ ପାଇଁ ଆଣିଥିବା ମା ମାନଙ୍କୁ ଗାଳି ଗୁଲଜ କରି ବାଧ୍ୟ ବାଧକ ପଇସା ଆଦାୟ କରିବା, ପରିବାର ନୟୋ ଜନ ଅପରେସନ ପାଇଁ ମଧ୍ୟ୍ୟ ଗରିବ ନିରୀହ ଲୋକଙ୍କୁ ବାଧ୍ୟ କରି ପଇସା ଆଦାୟ କରୁଥିବା ଏବଂ ଏବଂ ଏହା ସହ ଅନ୍ୟାନ୍ୟ ଅଭିଯୋଗ ନେ଼ଇ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ କହିବା ସହ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ ଏବଂ ଉକ୍ତ ସମସ୍ତ ଅଭିଯୋଗ ଶୁଣି ଉପଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଲେ ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଏହି ସମସ୍ତ ଅଭିଯୋଗ ଲିଖିତ ଭାବରେ ତା ୨୮.୦୩.୨୦୨୨ ରିଖ ରେ ଗଜପତିର CDMO, ଜିଲ୍ଲାପାଳ, HWD ଭୁବନେଶ୍ୱର ଓ ଉପରିସ୍ତ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଅଭିଯୋଗ ଦେଲା ପରେ ଦୀର୍ଘ ୫ ମାସ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ଜିଲ୍ଲାପାଳଙ୍କ କାଯ୍ୟାଳୟରେ ଦ୍ଵାରସ୍ତ ହୋଇ ତୁରନ୍ତ ସମସ୍ୟାର ସମଧାନ କରିବା ଏବଂ ସଂପୃକ୍ତ ସ୍ବାସ୍ଥ୍ୟ ଅଧିକାରୀଣୀ ଙ୍କୁ ତୁରନ୍ତ ବଦଳି ଦାବିକରି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ସମସ୍ତ ସରକାରୀ ସ୍ବାସ୍ଥ୍ୟକର୍ମୀ ଆନ୍ଦୋଳନ କରିବୁ ବୋଲି କହିଲେ। ଏଠାରେ ସୂଚନା ଯୋଗ୍ୟ ଏହି କି ଯେ ସଂପୃକ୍ତ ଖଜୁରୀପଦାଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟଅଧିକାରୀଣୀ ନିବେଦିତା ସାହୁଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରଚିଠିନଂ୧୩୩୫୨ତାରିଖ,୧୮-୬-୨୦୨୨ ରେ ଏଠାରୁ ଗଞ୍ଜାମ ଜିଲ୍ଲାର ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ବଦଳି ହୋଇଥିଲେ ମଧ୍ୟ ତାଙ୍କୁ ଏଠାରୁ କାହା ସ୍ୱାର୍ଥରେ ସି ଡ଼ି ଏମ ଓ ରିଲିଭ କରିନାହାନ୍ତି ଏହାର ତଦନ୍ତ ହେବା ଆବଶ୍ୟକ l ନୂଆଗଡ ବ୍ଲକର କେତେକ ଔଷଧ ଦୋକାନୀ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀଣି ଙ୍କୁରିଲିଭ ନକରି ରଖିବା ପାଇଁ ବ୍ୟାପକ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି ଓ ଶୁଣିବାକୁ ମିଳୁଛି l