ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଏବେ ପାଲଟିଛି ମଦୁଆଙ୍କ ଅଡ୍ଡାସ୍ଥଳୀ

କୁଚିଣ୍ଡା,(ନୃପଲାଲ ଦେବ): ସରକାର ଗ୍ରାମେ ଗ୍ରାମେ ଲୋକାଙ୍କ ସ୍ଵାସ୍ତ୍ୟ ସେବା ପାଇଁ ଅନେକ ଚିକିତ୍ସୟାଳୟ ତିଆରି କରାଇଛନ୍ତି l କିନ୍ତୁ ରକ୍ଷଣା ବେଣକ୍ଷ ଅଭାବରୁ ଏବେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ମଦୁଆ ଙ୍କ ଅର୍ଡ଼l ବସିବାକୁ ଲାଗିଛି l କୁଚିଣ୍ଡା ବ୍ଲକ ବାଉରିଗୋଡ଼ା ପଞ୍ଚାୟତ ଗାନମୁଣ୍ଡା ଗ୍ରାମରେ ସ୍ଥାନୀୟ ଲୋକଙ୍କ ସୁଭିଧା କୁ ନେଇ ସରକାର ଙ୍କ ପକ୍ଷରୁ ୫ ବର୍ଷ ତଳେ ଏକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି ହୋଇଥିଲା l ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରଟି ଆରମ୍ଭ ହୋଇ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତି ଏହି ଚିକିତ୍ସୟାଳୟ କୁ କୌଣସି ଅଧିକାରୀ ଆସୁନଥିବା ଗ୍ରାମବାସୀ ଙ୍କ ଅଭିଯୋଗ ହୋଇଛି l ଅନେକ ସମୟରେ ରୋଗୀ ସ୍ଵାସ୍ଥ କେନ୍ଦ୍ରକୁ ଆସି ଫେରି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏବେ ସ୍ୱାସ୍ଥ୍ୟ କେନ୍ଦ୍ରଟି ବନ୍ଦ ପଡି ରହିଥିବାରୁ କେତେକ ମଧୁଆ ସେ ଜାଗାରେ ଅଡ୍ଡା ଜମାଇ ବସିଛନ୍ତି l ପ୍ରତ୍ୟୋକ ସାନ୍ଧ୍ୟl ରେ ଏଠି ମଦ ମାଂସ ର ଆସର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏତିକି କି ପୁଣି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଥିବା ଅନେକ ଆବାସ ପତ୍ର କିଛି ନିଶାସକ୍ତ ବ୍ୟକ୍ତି ଭାଙ୍ଗି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ଏଠି ଅଧିକାରୀ ଆସି ଚିକିତ୍ସୟାଳୟ ଖୋଲାଯିବା ସହ ଏହି ଦୁର୍ବୁର୍ତ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଙ୍କ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ