ଗୋଷ୍ଠାଷ୍ଟମୀ ପାଳିତ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ମଦନ ମୋହନ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର ପରିସରରେ ଗୋଷ୍ଠାଷ୍ଟମୀ ପାଳିତ ହୋଇଛି | ଜଗଦୀଶ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଊତ୍ସବରେ ସ୍ଥାନୀୟ ଜଗନ୍ନାଥ ମଠ ମହନ୍ତ ପ୍ରଭାକର ଦାସ ମହାରାଜ ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇଥିଲେ ପରାୟଣ ଓ ଗୋପୁଜନ ଓ ଅନ୍ୟାନ୍ୟ ଧୃମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମଣିଷର ଆଧ୍ୟାତ୍ମିକ ଉତ୍ତରଣ ବର୍ତ୍ତମାନ ସମୟ ର ଜରୁରୀ ଆବଶ୍ୟକତା ବୋଲି ଗୋଷ୍ଠାଷ୍ଟମୀ ସମ୍ପର୍କୀୟ ଚର୍ଚ୍ଚା ବେଳେ ବକ୍ତା ମାନେ ମତ ଦେଇଥିଲେ | ଲକ୍ଷ୍ମୀ ନାରାୟଣ ଭଜନ ମଣ୍ଡଳୀ ଓ ରାଧାକୃଷ୍ଣ ଭଜନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷିତ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ