ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିରେ ଘୋର ଅନିୟମିତତା,ଟଙ୍କା ହେରଫେର, ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଟଙ୍କା ହେରଫେରକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ଥାନୀୟ ମୋହନା ଗୋଷ୍ଠୀ ଚିକିତ୍ସା, ଅଧିକାରିଣୀଙ୍କୁ ଅସ୍ତ୍ରକରି ଦିନକୁ ଏହି ବ୍ଳକରେ ରୋଗୀ ସହିତ କର୍ମଚାରୀମାନେ ବିଭିନ୍ନ ଶୋଷଣର ଶୀକାର ହେଉଛନ୍ତି। ନା ଏଠି ଅଛି ପ୍ରଶାସନର ତତ୍ପରତା ନା ସାଧାରଣ ଜନତାଙ୍କ ସଚେତନତା।ଦୀର୍ଘଦିନ ଧରି ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଅନିୟମିତତା । ଉଚ୍ଚପଦସ୍ଥ ଅଧିକାରୀ ସବୁ ଜାଣି ନିରବଦ୍ରଷ୍ଟା । ଗତ ୨୦ ୨୧ରେ କେନ୍ଦ୍ର ସରକାରଙ୍କ କାୟା କଳ୍ପ ଯୋଜନାରୁ ୧ ଲକ୍ଷ ଟଙ୍କା ଓ ଇକୋ ଫ୍ରେଣ୍ଡଲି ପକ୍ଷରୁ ୫ ଲକ୍ଷ ଟଙ୍କା ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ବିବେଚିତ ହୋଇ ମୋଟ ୬ଲକ୍ଷ ଟଙ୍କା ପାଇ ପୁରସ୍କୃତ ହୋଇଥିଲା। ସେଥିମଧ୍ୟରୁ ୨୫ ଶତକଡା ଅର୍ଥରାଶି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କୁ ପୁରସ୍କାର ସ୍ୱରୂପ ଦିଆଯିବାର ସରକାରଙ୍କ ନିୟମ ରହିଛି। କିନ୍ତୁ ଏହା ମଧ୍ୟରେ 6 ମାସ ବିତିଯାଇଥିଲେ ମଧ୍ୟ ଉକ୍ତ ପୁରସ୍କାର ରାଶି ପାଇବାରୁ ବଞ୍ଚିତ ଅଛନ୍ତି କର୍ମଚାରୀ । ଯାହାଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଆସନ୍ତୋଷର ବାତାବରଣ ଦେଖାଯାଇଛି। ଉକ୍ତ ଟଙ୍କା ସମେତ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ସମସ୍ତ ଟଙ୍କା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମହେନ୍ଦ୍ରଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ରହିଥିବା ଜମା ଖାତାରେ ରହିବା କଥା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ସେ ସବୁକୁ ବିଧାୟକ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହମତିରେ ଅନୁମୋଦନ କ୍ରମେ ଖର୍ଚ୍ଚ ହେବ । କିନ୍ତୁ ବିଧାୟକ ଓ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଅଜାଣତରେ ଟଙ୍କା କିପରି ଅନ୍ୟମାର୍ଗରେ ଖର୍ଚ୍ଚ ହେଲା ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କୁ ପୁରସ୍କାର ସ୍ୱରୂପ ମିଳିଥିବା ଟଙ୍କା ସେମାନଙ୍କୁ ନ ଦେଇ ଓ ରୋଗୀ କଲ୍ୟାଣ ସମିତିର ଟଙ୍କା ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏକାଉଣ୍ଟ ମ୍ୟାନେଜର ବିଜୟ ମହାକୁଡ଼ ତୋଷାରପାତ କରିଥିବା ନିଜ ନାମ ଗୋପନ ରଖି କର୍ମଚାରୀମାନେ କହିଛନ୍ତି।କାୟାକଳ୍ପ ଓ ଇକୋଫ୍ରେଣ୍ଡଲି ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରର ୪୨ଜଣ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଆସିଥିବା ୧ଲକ୍ଷ ୩୦ ହଜାର ୪୩୧ଟଙ୍କା ପୁରସ୍କାର ଅର୍ଥରାଶିକୁ କର୍ମଚାରୀମାନଙ୍କୁ ନ ଦେଇ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ଖାତରେ ମୋଟ ୫୫ହଜାର ଟଙ୍କା ଜମା ରହିଛି। ୬/୧୨/୨୨ରେ ତୁରନ୍ତ କର୍ମଚାରୀମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିବା ନିମନ୍ତେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା ଓ ଚନ୍ଦ୍ରଗିରି ପ୍ରଶାସନିକ ଅଧିକାରୀ ଡ.ଉଲ୍ଲାସ ରାଉତ ବିପିଏମଙ୍କୁ ଚିଠି କରିଥିବା ବେଳେ ସେ ଚିଠିକୁ ଖାତିରି ନକରି ବିଳମ୍ବ କରୁଛନ୍ତି। ବିଗତ ଦିନରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇ ୧୦ ଲକ୍ଷ ଟଙ୍କା ପାଇଥିବା କେନ୍ଦ୍ରର ହିସାବ ନ ଥିବା ମଧ୍ୟ କର୍ମଚାରୀ ଅଭିଯୋଗ କରିଛନ୍ତି।ଅପରପକ୍ଷେ ଜନସେବାରେ ଜାରୀ ଜନତାଙ୍କ ସେବାରେ ୧କିଲୋମିଟର ରାସ୍ତାକୁ ୧୨ଟଙ୍କା ନେଇ ସେବା ଯୋଗାଉଥିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ସେବା ଯୋଗାଉଥିବା ଆମ୍ବୁଲାନ୍ସ ରୁ ଆୟ ଅର୍ଥରାଶି ୧ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ହିସାବ ନାହିଁକି ରୋଗୀର ପରିବାର ବର୍ଗଙ୍କୁ ରସିଦ ଦିଆନଯାଇ ଅ ଅର୍ଥ ତୋଷାରପାତ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଉକ୍ତ ଅର୍ଥକୁ ବ୍ୟାଙ୍କରେ ଜମା କରିବା କଥା କିନ୍ତୁ ବିପିଏମ଼ ବିଜୟ ମହାଙ୍କୁଡ ଜମାକରୁ ନ ଥିବା ଜଣାପଡିଛି। ଏ ସଂପର୍କରେ ଡିଡି ଓ-ପାୱ।ରେ ଥିବା ମୋହନା ଗୋଷ୍ଠି ଚିକିତ୍ସା ଅଧିକାରିଣୀ ଡ. ପଣ୍ଡା କହିଛନ୍ତି ମୁଁ ପଚାରି ବୁଝିବି। ସିଡିଏମଓ ପ୍ରଦୀପ ପାତ୍ର କହିଛନ୍ତି ଆସନ୍ତାକାଲି ଅର୍ଥାତ ୧୫ରେ ଟିମ ପଠାଇ ତଦନ୍ତ କରିବି। ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଚନ୍ଦ୍ରଗିରି ଏକାଉଣ୍ଟ ମ୍ୟାନେଜର ବିଜୟ ମହାକୁଡ କହିଛନ୍ତି ସବୁକିଛି ଭିର୍ତ୍ତିହୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ