ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷକ ତାଲିମ୍ ଶିବିର ପରିଦର୍ଶନ : ଶିକ୍ଷକଙ୍କୁ ଦେଲେ 5T ବିଦ୍ୟାଳୟ ପରି ଚାଳନାର ମନ୍ତ୍ର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସମେତ ଜଗନ୍ନାଥପ୍ରସାଦ, ସୋରଡା, ପୋଲସରା ବ୍ଳକ୍ ର 28 ଟି ସ୍ମାର୍ଟ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ନେଇ ଚାଲିଥିବା ନେତୃତ୍ୱ ଏବଂ ଡ଼ିଜିଟାଲ ଦକ୍ଷତା ତାଲିମ୍ ଶିବିର ଆଜି ତୃତୀୟ ଦିନରେ ପହଞ୍ଚିଛି I ଏହି ଅବସରରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ତାଲିମ୍ ଶିବିରକୁ ପରିଦର୍ଶନ କରିଛନ୍ତି I ଆଜି ତାଲିମ୍ ଚାଲୁଥିବା ସମୟରେ ବିଡ଼ିଓ ଶ୍ରୀ ମହାପାତ୍ର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଲୟରେ ପହଞ୍ଚି ତାଲିମ୍ ନେଉଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏବଂ ସମ୍ବଳ ପ୍ରଶିକ୍ଷକମାନଙ୍କ ସହ ତାଲିମ୍ ସମ୍ପର୍କରେ ଆଲୋଚନା କରିଥିଲେ I ସେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପରିଚାଳନା କ୍ଷେତ୍ରରେ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ଶିକ୍ଷକ ମାନଙ୍କ ତରଫରୁ ବିଡ଼ିଓ ଶ୍ରୀ ମହାପାତ୍ରଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରକାଶ ଥାଉକି ମହାମାରୀ କରୋନା ସମୟରେ ବେଲଗୁଣ୍ଠା ବ୍ଳକ୍ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ବ୍ଳକ୍ 11 ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଜିଲ୍ଳା ପ୍ରଶାସନ ନିକଟରେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ