ଗୋଷ୍ଠୀ ବିବାଦକୁ ନେଇ ଆକ୍ରମଣ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧିନ ନମକଣା ଗ୍ରାମରେ ଗୋଷ୍ଠୀ ବିବାଦକୁ ନେଇ ଆକ୍ରମଣ ହୋଇଥିବା ଜଣାପଡିଛି । ଗତ ବୁଧବାର ଦିନ ଏକ ନିର୍ମାଣ କାର୍ଯ୍ୟକୁ ନେଇ ଜଣେ ବୃଦ୍ଧଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହେବାପରେ ଆଜି ପୋଲିସ ପକ୍ଷରୁ ଉଭୟ ପକ୍ଷକୁ ଡକାଯାଇଥିଲା । ଆଜି ଗୋଟିଏ ପକ୍ଷ ଫାଣ୍ଡିକୁ ଆସି ଫେରୁଥିବା ବେଳେ ଅପରପକ୍ଷ ତାଙ୍କୁ ଯୋଜନା ବଦ୍ଧ ଭାବେ ମଞ୍ଜୁରୀରୋଡ଼ ବଜାର ରେଳ ଫାଟକ ନିକଟରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ମଞ୍ଜୁରୀରୋଡ଼ ଫାଣ୍ଡି ପୁଲିସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ