ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ସମ୍ବର୍ଦ୍ଧନା

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ନୂତନ ଭାବେ ନିଯୁକ୍ତି ପାଇଥିବା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ସୂଚନା ପ୍ରକାରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଗତ ୧୬ ନଭେମ୍ୱର ବିଜ୍ଞପ୍ତି ଅନୁସାରେ ବେଲଗୁଣ୍ଠା ବ୍ଲକ୍ ରେ ପ୍ରସନ୍ନ କୁମାର ବେହେରା ପଦୋନ୍ନତି ପାଇ ବେଲଗୁଣ୍ଠା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିଯୁ୍କ୍ତି ପାଇଛନ୍ତି I ଶ୍ରୀ ବେହେରାଙ୍କୁ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଥିବା ବେଳେ ଆଜି ଗାଙ୍ଗପୁର ଆଞ୍ଚଳିକ ସାଧନ ତରଫରୁ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏକ ଆଡମ୍ବର ପୂର୍ଣ୍ଣ ସମ୍ବର୍ଦ୍ଧନା ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଖଲ୍ ଚନ୍ଦ୍ର ପରମାଣିକ ଏବଂ ଲେବଲ୍-୩ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ, ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା, ପାଲକଷଣ୍ଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ବେହେରା ଏବଂ କେ. ନୂଆଁଗଡ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥିଙ୍କୁ କ୍ଲଷ୍ଟର୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ, ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଏବଂ ପ୍ରେସ୍ କ୍ଲବ୍ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ବେଲଗୁଣ୍ଠା ବ୍ଳକ୍ ରେ ଶିକ୍ଷାର ଉନ୍ନତି ପାଇଁ ନିଜର ବହୁମୂଲ୍ୟ ବକ୍ତବ୍ଯ ଉପସ୍ଥାପନ କରିଥିଲେ I ଆଗାମୀ ଦିନରେ ବେଲଗୁଣ୍ଠା ବ୍ଳକ୍ ରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିକୁ ସଜାଡିବା ସହ ଏହି ଦିଗରେ ଶିକ୍ଷକ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିବା ସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପରମାଣିକ ଶିକ୍ଷକ ମାନେ ଅଧିକ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ଗାଙ୍ଗପୁର କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ବେଲଗୁଣ୍ଠା ବ୍ଳକର ସମସ୍ତ ସିଆରସିସି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପୂର୍ବତନ ସିଆରସିସି ବାଳକୃଷ୍ଣ ସାବତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସୀମାଞ୍ଚଳ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ