ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବୀ ପତ୍ର ପ୍ରଦାନ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନର ଆହ୍ଵାନ କ୍ରମେ ଶେରଗଡ଼ ବ୍ଲକ ର ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମାନଙ୍କର ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଥାଉକି ଗତ ନଭେମ୍ବର ମାସ ୨୭ତାରିଖରେ ରାଜ୍ୟ ର ଏକଲକ୍ଷ ରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ପତ୍ର ସଂଖ୍ୟା ୧୦୯ ସି, ଏସ ତା ୩୦/୧୧/୨୨ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରିତାପର ବିଷୟ ଆଜିକୁ ଆଠ ମାସ ରୁ ଉର୍ଦ୍ଧ ସମୟ ଅତିକ୍ରମ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ର ଦାବୀ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଶିକ୍ଷକ ମାନଙ୍କ ଦାବି ଗୁଡାକ ଯଥା ୧ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ନ୍ୟାସନାଲ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ ଏଲିମେଟରି କ୍ୟାଡ଼ର ଭୁକ୍ତ କରାଯିବାକୁ ଏବଂ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଉ ୨. ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ୩.ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏହିସବୁ ଦାବୀ ସମୂହ କୁ ବିଚାର କୁ ନେଇ ଦାବୀ ପୂରଣ ପାଇଁ ନିବେଦନ କରିଛନ୍ତି, ଯଦି ଏହା ପୂରଣ ନହୁଏ ଆସନ୍ତା ଅଗଷ୍ଟ ୧୬ତାରିଖ ରୁ ଓଡ଼ିଶା ର ସମସ୍ତ ବର୍ଗର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମାନେ ସମୂହ ଛୁଟି ରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହି ଦାବୀ ପତ୍ର ଶେରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ର କୁମାର ପାଢୀ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ