ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତିରେ ଖୋଲିଲା ଲେଣ୍ଡିରି ଗାଁ ପ୍ରାଥମିକ ବିଦ୍ୟାଳୟ ତାଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଁଙ୍ଗିଆ ପଞ୍ଚାୟତ ଲେଣ୍ଡିରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟକଳାପ କୁ ନେଇ ଅଶାନ୍ତି ଲାଗି ରହିଥିଲା । ଗତ କିଛି ଦିନ ପୂର୍ବରୁ ବିଦ୍ୟାଳୟରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଞ୍ଚଳବାସି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା ପକାଇବା ପରେ ବିଇଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ। ଏହାପରେ ଶିକ୍ଷୟତ୍ରୀଙ୍କ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ପରେ ଅଞ୍ଚଳ ବାସି ତାଲା ଖୋଲିବା ପରେ ସ୍କୁଲର ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁନର୍ବାର ୧୩ ତାରିଖ ରେ ଉତ୍ତ୍ୟକ୍ତ ଅଞ୍ଚଳ ବାସି ବିଦ୍ୟାଳୟରେ ତାଲା ପକାଇବା ସହ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ନ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପୁଣି ଦ୍ବିତୀୟ ଥର ବିଦ୍ୟାଳୟରେ ତାଲା ପଡ଼ିଥିଲା। ଅନ୍ୟ ପଟେ ଏହି ଘଟଣାରେ ବିଦ୍ୟାଳୟ ପରିଚାଳନା କମିଟି ,ଅଭିଭାବକ ମାନେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଏବଂ ଫୁଲବାଣୀ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ୫ ଦିନ ପରେ ବିଦ୍ୟାଳୟରେ ତାଲା ଖୋଲିଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଏହି ଘଟଣାକୁ ନେଇ ଜନସାଧାରଣ ଶିକ୍ଷୟତ୍ରୀଙ୍କ ବଦଳି ନେଇ ନିଜ ଜିଦ୍ ରେ ଅଟଳ ଥିବା ବେଳେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଙ୍କୁ ପଚାରି ବାରୂ ଶିକ୍ଷୟତ୍ରୀଙ୍କୁ ବଦଳି ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣା ଯାଇଛି ଏବଂ ତୁରନ୍ତ ବଦଳି କରାଯିବାକୁ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ