ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠାକୁ ଉଦଘାଟିତ କଲେ ଛତ୍ରପୁର ବିଧାୟକ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ଆଜି ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମାରଥାନ୍ ଉଦଘାଟନ କରିଛନ୍ତି । କେନ୍ଦ୍ର ପରିସରରେ ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୩୫ଲକ୍ଷ୬୨ ହଜାର ଟଙ୍କା ବିନିମୟରେ ନିର୍ମିତ ନୂତନ ଔଷଧାଗାର ଓ ଆୟୁଶ ବହଃି ବିଭାଗର କୋଠାଘରକୁ ବିଧାୟକ ଉଦଘାଟନ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରି ଲୋକମାନଙ୍କୁ ଉଚିତ ସେବା ପ୍ରଦାନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ସଚିକାନ୍ତ ଦାସ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର କାହ୍ନୁଚରଣ ପାତ୍ର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ପୋଟ୍ଟଲାମପୁର ସରପଞ୍ଚ ସୁବାସିନୀ ବାରିକ, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଏ.ତୁନୁଜା, ଆୟୁଶ ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଡାକ୍ତର ଅଜିତ୍ କୁମାର ନାୟକ,,ଡାକ୍ତର ପି. ସୁଶିଲ ରେଡ୍ଡୀ , ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସମ୍ପ୍ରସାଧାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ, ଯୁବନେତା ତଥା ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ସାଂସଦ ପ୍ରତିନିଧୀ ତଥା ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ସୁବୁଦ୍ଧି, ବଟକୃଷ୍ଣ ପଣ୍ଡା, ପୂର୍ବତନ ସରପଞ୍ଚ ଭଗବାନ ନାହାକ, ଯୁବନେତା ଶମ୍ଭୁନାଥ ସ୍ୱାଇଁ, ସୁକାନ୍ତ ନାହାକ, ରଂଜନ ପଲାଇ, ବଡମାଧପୁର ସମିତି ସଭ୍ୟ ଏନ୍.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଏବଂ ମେଡିକାଲ କର୍ମଚାରୀ ଓ ଆଖପାଖ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ