ଗୋ-ମୂତ୍ରର ଉପକାରିତା
ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସେଥିରୁ ମୁକ୍ତ ପାଇବାକୁ ହେଲେ ଆମେ ଅନେକ ଔଷଧ ଖାଇଥାଉ । କିନ୍ତୁ ଆମେ ଆଜି ଏମିତି ଏକ ଔଷଧ ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ନାକ ଟେକିବେ । କିନ୍ତୁ ସେହି ଔଷଧ ଯେ ଆମ ଶରୀରରେ ଅନେକ ରୋଗକୁ ଭଲ କରିବାକୁ ସକ୍ଷମ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କ’ଣ ସେହି ଔଷଧ? ବାସ୍ତବରେ ଏହି ଔଷଧ ହେଉଛି ଗାଈ ମୂତ୍ର ବା ଗୋ-ମୂତ୍ର । ଏହା ସ୍ୱାଦହୀନ ହୋଇଥିଲେ ବି ଏଥିରୁ ନାଇଟ୍ରୋଜେନ, କପର, ଫସ୍ଫେଟ୍, ୟୁରିକ ଏସିଡ, ପଟାସିୟମ, କ୍ଲୋରାଇଡ୍ ଓ ସୋଡିୟମ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଗୋ-ମୂତ୍ର ପିଇବା ଦ୍ୱାରା କ’ଣ ସବୁ ଉପକାର ମିଳିଥାଏ ।
ନିୟମିତ ଗୋ-ମୂତ୍ର ସେବନ ଦ୍ୱାରା ରକ୍ତହୀନତା ଓ ଏମିନିଆ ସମସ୍ୟା ଦୂର ହୋଇଥାଏ । ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ପେଟ କାଟୁଛି କି ପେଟରେ କୌଣସି ଯନ୍ତ୍ରଣା ହେଉଛି, ତେବେ ଗୋ-ମୂତ୍ର ପିଅନ୍ତୁ । ନିଶ୍ଚିତ ରୂପେ ଯନ୍ତ୍ରଣାରୁ ମୁକ୍ତି ପାଇବେ ।
ମାନସିକ ଚାପ ଦୂର କରିବାର ଏହା ଅମୋଘ ଅସ୍ତ୍ର । ଯଦି ଚିନ୍ତା କିମ୍ବା ଚାପରୁ ନିଦ ଆସୁନି ତେବେ ଗୋ-ମୂତ୍ର ସେବନ କରନ୍ତୁ । ଏହା ଦ୍ୱାରା ଆପଣ ଖୁବ୍ ଲାଭବାନ୍ ହେବେ । ଚିନ୍ତା କିମ୍ବା ଚାପଗ୍ରସ୍ତ ହେବା ଦ୍ୱାରା ଆମ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡ଼ିଥାଏ । ଏମିତିକି ଚିନ୍ତା ଶକ୍ତି ମଧ୍ୟ କମିଯାଏ । କିନ୍ତୁ ଗୋ-ମୂତ୍ର ସେବନ ଦ୍ୱାରା ଆମ ମସ୍ତିଷ୍କ ଓ ହୃତ୍ପିଣ୍ଡକୁ ଶକ୍ତି ମିଳିଥାଏ ।
ସବୁ ଗାଈର ମୂତ୍ର ସେବନ କରିବା ଲାଭଦାୟକ ହୋଇନଥାଏ । ବୁଢ଼ୀ କିମ୍ବା ଅସୁସ୍ଥ ଗାଈର ପରିସ୍ରା ପିଇବା ଉଚିତ୍ ନୁହେଁ ।