ଗୋ-ମୂତ୍ର ପିଇଲେ କ’ଣ ଉପକାର ମିଳେ?

ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସେଥିରୁ ମୁକ୍ତ ପାଇବାକୁ ହେଲେ ଆମେ ଅନେକ ଔଷଧ ଖାଇଥାଉ । କିନ୍ତୁ ଆମେ ଆଜି ଏମିତି ଏକ ଔଷଧ ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ନାକ ଟେକିବେ । କିନ୍ତୁ ସେହି ଔଷଧ ଯେ ଆମ ଶରୀରରେ ଅନେକ ରୋଗକୁ ଭଲ କରିବାକୁ ସକ୍ଷମ ଏ କଥା ଜାଣି ରଖନ୍ତୁ ।
ଆପଣ ଭାବୁଥିବେ ଏମିତି ସେ କି ମହୌଷଧୀ କି? ବାସ୍ତବରେ ଏହି ମହୌଷଧୀ ହେଉଛି ଗାଈ ମୂତ୍ର ବା ଗୋ ମୂତ୍ର । ଏହା ସ୍ୱାଦହୀନ ହୋଇଥିଲେ ବି ଏଥିରୁ ନାଇଟ୍ରୋଜେନ, କପର, ଫସଫେଟ, ୟୁରିକ ଏସିଡ, ପଟାସିୟମ, କ୍ଲୋରାଇଡ୍ ଓ ସୋଡିୟମ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଗୋ ମୂତ୍ର ପିଇବ ଦ୍ୱାରା କ’ଣ ସବୁ ଉପକାର ହୋଇଥାଏ ।
ନିୟମିତ ଗୋ ମୂତ୍ର ସେବନ ଦ୍ୱାରା ରକ୍ତହୀନତା ଓ ଏମିନିଆ ସମସ୍ୟା ଦୂର ହୋଇଥାଏ । ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ପେଟ କାଟୁଛି କି ପେଟରେ କୌଣସି ଯନ୍ତ୍ରଣା ହେଉଛି, ତେବେ ଗୋ ମୂତ୍ର ପିଅନ୍ତୁ ବା ଯନ୍ତ୍ରଣାରୁ ମୁକ୍ତି ପାଇବେ ।
ଷ୍ଟ୍ରେସ ଦୂର କରିବାର ଏହା ଅମୋଘ ଅସ୍ତ୍ର । ଯଦି ଚିନ୍ତା କିମ୍ବା ଚାପରୁ ନିଦ ଆସୁନି ତେବେ ଗୋ ମୂତ୍ର ସେବନ କରନ୍ତୁ । ଆପଣ ଖୁବ୍ ଲାଭବାନ ହେବେ । ଚିନ୍ତା କିମ୍ବା ଚାପଗ୍ରସ୍ତ ହେବାର ଆମ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡିଥାଏ । ଏମିତିକି ଚିନ୍ତା ଶକ୍ତି ମଧ୍ୟ କମିଯାଏ । କିନ୍ତୁ ଗୋ ମୂତ୍ର ସେବନ ଦ୍ୱାରା ଆମ ମସ୍ତିଷ୍କ ଓ ଆମ ହାର୍ଟ ଦୁଇଟିକୁ ଶକ୍ତି ମିଳିଥାଏ । ସବୁ ଗାଈର ମୂତ୍ର ସେବନ କରିବା ଲାଭ ଦାୟକ ହୋଇନଥାଏ । ବୁଢ଼ୀ କିମ୍ବା ଅସୁସ୍ଥ ଗାଈର ପରିଶ୍ରା ପିଇବା ଉଚିତ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ