ଗୌଡ଼ଗାଁ ରେ ଅନୁଷ୍ଠିତ ହେବ ଗଜଲଷ୍ମୀ ପୂଜା
ଚିକିଟି-(ଯୁଗାବ୍ଦ ନ୍ୟୁଜ)-କେ ନୂଆଗାଁ ଥାନା ଅନ୍ତର୍ଗତ ଗୌଡ଼ଗାଁ ରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି।ଗୌଡ଼ଗାଁ ର ଶ୍ରୀ ବିଘନେଶ୍ୱର ପୂଜା କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଙ୍କ ସହଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।୧୨ ତାରିଖ ଶନିବାର ଠାରୁ ୨୦ ତାରିଖ ରବିବାର ନବଦିନ ପର୍ୟ୍ୟନ୍ତ ବ୍ୟାପି ଗଜଲକ୍ଷ୍ମୀ ପୂଜା ଆୟୋଜନ କରୁଛନ୍ତି। ଏହି କାର୍ୟ୍ୟକର୍ମ ରେ ପ୍ରଥମ ଦିନରେ ଜଳ ଯାତ୍ରା , ଦ୍ୱିତୀୟ ଦିନରେ ପୂଜାରମ୍ଭ ହୋଇ ହୋମ ଓ ୧୯ ତାରିଖ ଶନିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ପ୍ରସାଦ ସେବନ କାର୍ୟ୍ୟକ୍ରମ ରହିଥିବା ବେଳେ ୨୦ ତାରିଖ ରବିବାର ଦିନ ପୂର୍ଣାହୁତି ବୀସର୍ଜନ ହେବ ବୋଲି କହିଛନ୍ତି। ।