ଗୌତମୀ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ କୋଟି କୋଟି ଟଙ୍କା ଆତ୍ମସାତର ତଦନ୍ତ ଦାବୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦୁର୍ନୀତି ସହ ମିଥ୍ୟା ବିଲ୍ ରେ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନ ବାଟମାରଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ପଞ୍ଚାୟତବାସୀଙ୍କ ପକ୍ଷରୁ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ନିକଟରେ ଦାବୀ କରିଛନ୍ତି। ଗୌତମୀ ପଞ୍ଚାୟତର ପଦ୍ମତୋଳା ଦେଉଳପେଢ଼ୀ ସିପାହୀ ଆମ୍ବଠା ଗୌତମୀ ଗ୍ରାମରେ ମନରେଗା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ମଞ୍ଜୁର ଅନୁଦାନ କାର୍ଯ୍ୟକାରି ରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ କରାଯାଇଛି। ଗୌତମୀରେ ଗ୍ରାମ୍ୟ ପାର୍କ କେଉଁଠି ନଥିବା ବେଳେ ପାର୍କ ନିର୍ମାଣ ବାବଦକୁ ବିଲ୍ କରି ଆତ୍ମସାତ କରାଯାଇଥିବା ସହ ବଡ ବନ୍ଧ ସମେତ ପଞ୍ଚାୟତର ସମସ୍ତ ଗ୍ରାମର ଗୋଟିଏ ପୋଖରୀ ର ୫ ପ୍ରକାର ନାମ ବଦଳାଇ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।ଅମୃତ ସରୋବର ନିର୍ମାଣରେ ଚଞ୍ଚକତର ସହ କାମ ନକରି ଗ୍ରାମ ରେ ଥିବା ପୁରୁଣା ପୋଖରୀ ଦେଖାଇ ମିଥ୍ୟାବିଲ୍ କରି ସରକାରୀ ଅନୁଦାନ ଆତ୍ମସାତ କରାଯାଇଥିବା ଅଭିଯୋଗ ସହ ପଂଚାୟତରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ର ସଠିକ୍ ତଦନ୍ତ କରିବାକୁ ଦାବୀ କରାଯାଇଛି। ଆଜି ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ଵାଇଁ ସୁକାନ୍ତ ବେହେରା ଜଗନ୍ନାଥ ପାତ୍ର ଅଭିରାମ ପଟନାୟକ ବିଭୁପ୍ରସାଦ ସ୍ଵାଇଁ ସୁଧୀର ସ୍ଵାଇଁ ଶିବରାମ ସ୍ଵାଇଁ ଶଙ୍କର ରଣା ସନ୍ତୋଷ ଲେଙ୍କା ଯୁଧିଷ୍ଟିର ଜେନା ଗୋପାଳକୃଷ୍ଣ ସ୍ଵାଇଁ ସିମାଞ୍ଚଳ ଲେଙ୍କା ମିତୁ ବେହେରା ଜିତେନ୍ଦ୍ର ସ୍ଵାଇଁ ରୁଦ୍ରମଣି ହୋତା ସୁରେନ୍ଦ୍ର ଜେନା ଟୁନା ସ୍ଵାଇଁ ଅନିଲ ସାହୁଙ୍କ ୫୦ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହ ଏହି ମର୍ମରେ ଆଲୋଚନା କରିଥିଲେ। ପୂର୍ବରୁ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଲୋକାୟୁକ୍ତଙ୍କ ଠାରେ ମଧ୍ୟ ତଦନ୍ତ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ କରାଯାଇଛି । ଅଭିଯୋଗ ପ୍ରତି ଦୃଷ୍ଟି ଦେଇ ଏକ ସ୍ବତନ୍ତ୍ର ତଦନ୍ତକାରି ଟିମ୍ ତଦନ୍ତ କରିବେ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ସରପଞ୍ଚ ଏ ଝିଲି ରେଡ଼ି ଙ୍କ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ ଓ ସମିତି ସଭ୍ୟ ଜନାର୍ଦ୍ଦନ ପଲେଇଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ କୌଣସି ଦୁର୍ନୀତି ହୋଇନାହିଁ । ଭିଜିଲାନ୍ସ କିମ୍ବା ତଦନ୍ତ କାରୀ ଦଳ ଆସି ଅନିୟମିତତା ର ତଦନ୍ତ କରନ୍ତୁ ।ସ୍ବାଗତ ଯୋଗ୍ୟ ତଦନ୍ତ କୁ ସହଯୋଗ କରିବା ପାଇଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ