ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ସୋମବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଷଷ୍ଠ ଦିବସ ୟଙ୍ଗ୍ କ୍ରିକେଟ କ୍ଳବ, ଧରାକୋଟ ଓ ପାତାଳେଶ୍ୱର କ୍ରିକେଟ କ୍ଳବ, ଚାଟୁଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ୟଙ୍ଗ୍ କ୍ରିକେଟ କ୍ଳବ, ଧରାକୋଟ ଦଳ ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଚାଟୁଳା ଦଳର କାକାଙ୍କ ୮୬ (୪୭) ଓ ଆଶିଷଙ୍କ ୭୫(୩୬) ରନ ଭାଗିଦାରୀ ସହାୟତାରେ ମାତ୍ର ଗୋଟିଏ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଦଳ ପକ୍ଷରୁ କାକା ୪୭ ବଲରୁ ଧୁଆଁଧାର ୮୬ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ନନ୍ଦକିଶୋର ପ୍ରଧାନ ଯୋଗଦେଇ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଉମାଶଙ୍କର ସାବତ ଓ ବ୍ରିଜେଶ ମହାରଣା ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ପ୍ରବିଣ ଦାଶ ଦାୟିତ୍ୱ ନିର୍ବାହ କରିଥିଲେ । ବିଭୂତି ଜେନା, ରାଜା ସାମଲ, ହିନ ବେହେରା, ଦିପକ ସେଠି, ଟୁକୁନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ