ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଦ୍ୱିତୀୟ କ୍ୱାଟର ଫାଇନାଲରେ ଆସିକା ଦଳ ବିଜୟୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଶନିବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଂଜନଗର ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଅମରନାଥ କ୍ରିକେଟ କ୍ଳବ, ଆସିକା ଦଳ ବ୍ୟାଟିଂ ପାଇଁ ଭଂଜନଗର ଦଳକୁ ନିମନ୍ତ୍ରିତ କରିଥିଲା । ଭଂଜନଗର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଓଭରରେ ୯ ୱିକେଟ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଅମରନାଥ କ୍ରିକେଟ କ୍ଳବ ୬ ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ଅମରନାଥ କ୍ରିକେଟ କ୍ଳବ, ଆସିକା ଦଳ ୪ ୱିକେଟରେ ବିଜୟ ଲାଭ କରିଥିଲା । ଅମରନାଥ କ୍ରିକେଟ କ୍ଳବର ଦେବଦତ ପ୍ରଧାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ଅଂଚଳର ବରିଷ୍ଟ ଖେଳାଳି ପ୍ରଭାତ ମହାରଣା ଯୋଗଦେଇ ଦେବଦତଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଓ ତାପସକାନ୍ତ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ପ୍ରବୀଣ ଦାଶ ଓ ଦିପକ ସେଠି ଦାୟିତ୍ୱ ନିର୍ବାହ କରିଥିଲେ । ଦିନେଶ ପାଣିଗ୍ରାହୀ, ରାଜେଶ ସାହୁ, ହିନ ବେହେରା, ବିଜ୍ରେଶ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ