ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ସେମି ଫାଇନାଲରେ ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ରବିବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଋଷିକୂଲ୍ୟା କ୍ରିକେଟ କ୍ଳବ, ସୋରଡ଼ା ଓ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଦଳ ବ୍ୟାଟିଂ ପାଇଁ ସୋରଡ଼ା ଦଳକୁ ନିମନ୍ତ୍ରିତ କରିଥିଲା । ସୋରଡ଼ା ଦଳ ପ୍ରଥମେ ବ୍ୟାଟିଂ କରି ସତ୍ୟ ପଟ୍ଟନାୟକଙ୍କ ୩୦ ବଲରୁ ଦୃତ ୪୪ ରନ୍ ସଂଗ୍ରହ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ମାତ୍ର ଗୋଟିଏ ୱିକେଟ ହରାଇ ୧୨.୪ ଓଭର ମଧ୍ୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ହିଂଜିଳିକାଟୁ ଦଳର କେଶବ ମହାରଣାଙ୍କ ୩୪ ବଲରୁ ଧୂଆଁଧାର ୬୪ ରନ୍ ସଂଗ୍ରହ ଓ ସ୍ୱାଧିନ ବେହେରାଙ୍କ ୫ଟି ଅକ୍ତିଆର ଫଳରେ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଦଳ ୯ ୱିକେଟରେ ବିଜୟ ଲାଭ କରିବା ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛି । ରୟାଲ କ୍ରିକେଟ କ୍ଳବର ସ୍ୱାଧିନ ବେହେରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ଅଂଚଳର ଆଦିତ୍ୟ ମୋର୍ଟରସ୍‌ର ନିର୍ଦ୍ଦେଶକ ସୁରଜ କୁମାର ସାହୁ ଯୋଗଦେଇ ସ୍ୱାଧିନଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ଓ ନିଶିକାନ୍ତ ପଣ୍ଡା ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ଦିପକ ସେଠି ଦାୟିତ୍ୱ ନିର୍ବାହ କରିଥିଲେ । ରୁଦ୍ର ପାଣିଗ୍ରାହୀ, ଉମା ସାବତ, ସୁନିଲ ତରାଇ, ସତ୍ୟ ନାରାୟଣ ସାହୁ, ହିନ ବେହେରା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ