ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ, ହିଞ୍ଜିଳିକାଟୁ ଦଳର ବୃହତ ବିଜୟ ସହ ଫାଇନାଲରେ ପ୍ରବେଶ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ବୁଧବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଓ ଗ୍ୟାଲେକ୍ସ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଗ୍ୟାଲେକ୍ସ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ଦଳ ବ୍ୟାଟିଂ ପାଇଁ ହିଂଜିଳିକାଟୁ ଦଳକୁ ଆମନ୍ତ୍ରିତ କରିଥିଲା । ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ, ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୨୦୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଗ୍ୟାଲେକ୍ସ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ଦଳ ୧୨.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦଳ ୧୩୫ ରନ ବ୍ୟବଧାନରେ ବୃହତ ବିଜୟ ଲାଭ କରିବା ସହ ଫାଇନାଲରେ ପ୍ରବେଶ କରିଛି । ହିଂଜିଳିକାଟୁ ଦଳ ପକ୍ଷରୁ ସ୍ୱାଧିନ ବେହେରାଙ୍କ ଅଲରାଉଣ୍ଡର ପଦର୍ଶନ ଯୋଗୁଁ, ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୋଚିଲିମା ଖାମ୍ବେୟାଦୋରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ସଂଜୟ କୁମାର ଷଡ଼ଙ୍ଗି ଓ ପିତଳ କଲେଜର ଅଧ୍ୟାପିକା କୁସୁମଲତା ମହାପାତ୍ର ଯୋଗଦେଇ ସ୍ୱାଧିନଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଉମା ଶଙ୍କର ସାବତ ଓ ତାପସକାନ୍ତ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ । ଆଶୁତୋଷ ଶତପଥୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରର ଭାବେ ରାହୁଲ ପଣ୍ଡା ଓ ରାଜେଶ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ । ଓମ ପାଢି, ପ୍ରବିଣ ଦାସ, ପ୍ରଶାନ୍ତ ନାୟକ, ଟୁକୁନା ନାୟକ, ସୁନିଲ ତରାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶନିବାର ଫାଇନାଲ ମ୍ୟାଚ୍ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ