ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ
ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଗୁରୁବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟକୁ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର, ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ଦ୍ୱୀତିକୃଷ୍ଣ ସାବତ, ଅଧ୍ୟାପକ ମନୋମୋହନ ବଳିୟାରସିଂ, ସଂଜୟ ଶଡ଼ଙ୍ଗୀ, ଆଇଡ଼ିଏଫସି ବ୍ୟାଙ୍କର ଶାଖା ପରିଚାଳକ ଶଙ୍କର ବେହେରା, ଆଦିତ୍ୟ ମୋଟର୍ସ ନିର୍ଦ୍ଦେଶକ ସୁରଜ ସାହୁ ପ୍ରମୁଖ ମଂଚାସିନ ଥିଲେ । ପ୍ରଥମ ଦିବସ ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ା ଓ ପ୍ରିନ୍ସ କ୍ରିକେଟ କ୍ଳବ ବଡ଼ଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରିନ୍ସ କ୍ରିକେଟ କ୍ଳବ ବଡ଼ଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୩୯ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦଳ ପକ୍ଷରୁ ବଟକୃଷ୍ଣ ସର୍ବାଧିକ ୫୮ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ା ୧୯ ଓଭରରେ ୭ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ାର ଗୋପାଳ ଦୋରା ସର୍ବାଧିକ ୭୦ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଆମ୍ପାୟର ଭାବେ ନିଶିକାନ୍ତ ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ଦିନେଶ ପାଣିଗ୍ରାହୀ ରହିଥିଲେ । ମ୍ୟାଚକୁ ବିନାୟକ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଦିପକ ମୁନି, ମଂଟୁ ସାହୁ, ଆଲୋକ ଗୌଡ଼, ଓମ ପାଢି, ଉମା ସାବତ, ଦିପକ ସେଠି, ଜୟଦେବ ଗୌଡ଼, ରାଜା ସାମଲ, ବ୍ରିଜେଶ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଗୁରୁବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟକୁ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର, ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା, ସାମ୍ବାଦିକ ଶେଷଦେବ ସାହୁ, ଦ୍ୱୀତିକୃଷ୍ଣ ସାବତ, ଅଧ୍ୟାପକ ମନୋମୋହନ ବଳିୟାରସିଂ, ସଂଜୟ ଶଡ଼ଙ୍ଗୀ, ଆଇଡ଼ିଏଫସି ବ୍ୟାଙ୍କର ଶାଖା ପରିଚାଳକ ଶଙ୍କର ବେହେରା, ଆଦିତ୍ୟ ମୋଟର୍ସ ନିର୍ଦ୍ଦେଶକ ସୁରଜ ସାହୁ ପ୍ରମୁଖ ମଂଚାସିନ ଥିଲେ । ପ୍ରଥମ ଦିବସ ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ା ଓ ପ୍ରିନ୍ସ କ୍ରିକେଟ କ୍ଳବ ବଡ଼ଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରିନ୍ସ କ୍ରିକେଟ କ୍ଳବ ବଡ଼ଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୩୯ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦଳ ପକ୍ଷରୁ ବଟକୃଷ୍ଣ ସର୍ବାଧିକ ୫୮ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ା ୧୯ ଓଭରରେ ୭ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ପାଇନିୟୋର କ୍ରିକେଟ କ୍ଳବ ବେଗୁନିଆପଡ଼ାର ଗୋପାଳ ଦୋରା ସର୍ବାଧିକ ୭୦ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଆମ୍ପାୟର ଭାବେ ନିଶିକାନ୍ତ ପଣ୍ଡା ଓ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ଦିନେଶ ପାଣିଗ୍ରାହୀ ରହିଥିଲେ । ମ୍ୟାଚକୁ ବିନାୟକ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଦିପକ ମୁନି, ମଂଟୁ ସାହୁ, ଆଲୋକ ଗୌଡ଼, ଓମ ପାଢି, ଉମା ସାବତ, ଦିପକ ସେଠି, ଜୟଦେବ ଗୌଡ଼, ରାଜା ସାମଲ, ବ୍ରିଜେଶ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


