ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ; ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସୂକ୍ଷ୍ମ ମୁନର କାରୁକାର୍ଯ୍ୟର ପ୍ରତିଭାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ରାଜ୍ୟ ତଥା କନ୍ଧମାଳ ଜିଲ୍ଲାକୁ ଗୌରବ ଆଣିଛନ୍ତି ଚକାପାଦ ବ୍ଲକର ସନ୍ଧ୍ୟାରାଣୀ ବେହେରା । ମଦର ଇଣ୍ଡିଆ କରକେଡ କୁଇନ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୧୫ରେ ଚେନ୍ନାଇ ସ୍ଥିତ ଏସଆରଏମ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଛୁଞ୍ଚି ମୁନରେ କାରୁକାର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ସମୁଦାୟ ୬୬,୧୫୮ଟି ସାମଗ୍ରୀ ପ୍ରଦର୍ଶନ କରିଥିଲେ । ତା’ ମଧ୍ୟରେ ବିଭିନ୍ନ ଦେବାଦେବୀ, ପିଲାଙ୍କ ଖେଳଣା ଓ କଣ୍ଢେଇ, ଘର ସାଜସଜ୍ଜା ସାମଗ୍ରୀ, କଳା ସଂସ୍କୃତି, ପରିବେଶ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଏହି ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ଗିନିଜ ବୁକ୍‌ ତାଙ୍କୁ ପ୍ରମାଣପତ୍ର ଦେଇଛି ।ପିଲାବେଳୁ କାରୁକାର୍ଯ୍ୟରେ ରୁଚି ରଖିଥିବା ସନ୍ଧ୍ୟାରାଣୀ ପାଠପଢା ଶେଷ ପରେ ରାଜ୍ୟ ପୁଲିସ ବିଭାଗର ଜିଆରପି କନେଷ୍ଟବଲ ଭାବେ ଯୋଗଦାନ କରି କଟକରେ କର୍ଯ୍ୟରତ ଅଛନ୍ତି । ସନ୍ଧ୍ୟାରାଣୀ ପ୍ରସ୍ତୁତ କରୁଥିବା ସମସ୍ତ ସାମଗ୍ରୀକୁ କନ୍ଧମାଳ ଜିଲ୍ଲାର କୋଟଗଡ଼, ଦାରିଙ୍ଗବାଡି ଏବଂ ବିଭିନ୍ନ ବ୍ଲକକୁ ଯୋଗାଇଛନ୍ତି । ମିଶନ ଶକ୍ତି ସଂଗଠନରେ ମଧ୍ୟ ତାଲିମ ପ୍ରଦାନ କରୁଛନ୍ତି। ଏଭଳି ବହୁମୁଖି ପ୍ରତିଭା ପାଇଁ ବିଶ୍ୱର ଗିନିଜ ବୁକ ଅଫ ୱାରଲ୍ଡର ସମୁଦାୟ ୪୦ ହଜାର ରେକର୍ଡ ମଧ୍ୟରେ ସ୍ଥାନ ପାଇଛି ।ବିଶ୍ୱ ସ୍ତରରେ ପ୍ରତ୍ୟେକ ମାସରେ ପ୍ରାୟ ୧୦୦୦ ଆବେଦନ ହେଉଥିବା ବେଳେ ୫୦୦ ଆବେଦନ ପାଇଁ ସ୍ୱୀକୃତି ମିଳୁଥିବା ଜଣାପଡିଛି । ସନ୍ଧ୍ୟାରାଣୀ ବେହେରାଙ୍କ ପ୍ରତିଭା ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସହ ଖୁସି କରିପାରିବ ବୋଲି କହିଛନ୍ତି ଗିନିଜ୍‌ ବୁକ ୱାର୍ଲ୍ଡ ଅଧ୍ୟକ୍ଷ ଆଲିଷ୍ଟାର ରିଚାର୍ଡ । କନ୍ଧମାଳ ଜିଲ୍ଲାର ଜଣେ କର୍ମଠ ମହିଳା ସରକାରୀ କର୍ମଚାରୀଙ୍କ ବିରଳ ପ୍ରତିଭା ପାଇଁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ