ଗୌରବ ଆଣିଲେ ଗଞ୍ଜାମର ଝିଅ ମନସ୍ୱନି ମହାରଣା
ଗଞ୍ଜାମ, (ବିନୋଦ ପଲାଇ):ଦୁଃସାହସିକ ନୌଚାଳନା କୁଇନ ମନସ୍ୱନି ମହାରଣା ଓଡ଼ିଶାର ଏକ ମାତ୍ର ଝିଅ ଭାବେ ମୁମ୍ବାଇ ଠାରେ ଚଳିତ ମାସ ୨୧ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜାତୀୟ ସିନିୟର ୱିଇଣ୍ଡ ସର୍ପିଂ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି। ଓଡିଶା ୟାଚିଂ ଆସୋସିଏସନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ, ଓଡିଶା ରାଜ୍ୟ କ୍ରୀଡ଼ ଓ ଯୁବ ସେବା ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଯୋଗଦେଇ ଉତ୍ସାହୀତ କରିଥିଲେ। ଏହି ସଫଳତା ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି।ଗଞ୍ଜାମ ବ୍ଳକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ପଣିବନ୍ଧଗ୍ରାମର ବାସିନ୍ଦା ଭାସ୍କର ମହରାଣ ଓ ପ୍ରମିଳାଙ୍କ ଝିଅ ମନସ୍ୱନି ମହାରଣା ଆର୍ଥିକ ଅନାଟନ ସ୍ୱତେ ନିଜର ଇଛାଶକ୍ତି ଓ ନିଷ୍ଠା ବଦଳରେ ଆନ୍ତର୍ଜାତିକ ସମୁଦ୍ର ବୁଡାଳି ସବୀର ବକ୍ସରଙ୍କ ଠାରୁ ପ୍ରଶିକ୍ଷଣ ନେଇ ପ୍ରଥମେ ୨୦୧୩ ମସିହାରେ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗନେଇ ଏକ ମାତ୍ର ଝିଅ ଭାବେ ଲଗାତାର ୧୩ଟି ସ୍ଵର୍ଣପଦକ ହାସଲ କରି କ୍ରୀଡ଼ ଜଗତରେ ନିଜର ପରାକୟା ଦେଖାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଚର୍ଚ୍ଚାକୁ ଆସିଥିଲେ। ସେଠାରୁ ଆଉ ପଛକୁ ଫେରିନାହାନ୍ତି। ୨୦୧୪-୧୫ ମସିହାରେ ଜତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣପଦକ,୨୦୧୬-୧୭ ମସିହାରେ ବ୍ରୋଞ୍ଚ ପଦକ ପାଇଥିଲେ। ୨୦୧୮ ମସିହାରେ ଏକ ଭାରତ ଶ୍ରେଷ୍ଠଭାରତପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ କୌଣସି ପ୍ରତିଯୋଗିତାରେ ଭାଗନେଇନଥିଲେ। ବିବାହ ପରେ ସ୍ବାମୀ ମଣ୍ଟୁ ମହାରାଣାଙ୍କ ପ୍ରୋତ୍ସାହନ ଯୋଗୁଁ ଦୀର୍ଘ ଚାରିବର୍ଷ ନିରବତା ପରେ ୨୦୨୨ ମସିହାରେ ଗୋଆ ହାୱଲି ବିଚରେ ଓଲ ଇଣ୍ଡିଆ ବୋର୍ଡ଼ ସେଲିଂ ଚମ୍ପିୟାନ ସିପରେ ଭାଗନେଇ ୱିଇଣ୍ଡସର୍ପିଂ ଏସିଆନ ଗେମପାଇଁ ଯୋଗ୍ୟତା ହାସଲ କରିଥିଲେ। ପରେ ପୁଣି ୨୦୨୨ ମସିହାରେ ମୁମ୍ବାଇ କୋଲାବ ବନ୍ଦରରେ ଭାରତୀୟ ନାଭାଲ ୱାଟର ମ୍ୟାନସିପ ପ୍ରଶିକ୍ଷଣରେ ହୋଇଥିବା ଏସିୟ ଖେଳ ଚମ୍ପିୟାନସିପରେ ସ୍ଵର୍ଣପଦକ ହାସଲ କରିବା ସହ ଭାରତୀୟ ଆରଏସଏକ୍ସସ ଶ୍ରେଣୀରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ଚଳିତ ମାସ ମୁମ୍ବାଇଠାରେ ଜାତୀୟ ସ୍ତରରେ ୱିଇଣ୍ଡସର୍ପିଂ ଚମ୍ପିୟାନସିପରେ ଆରଏକ୍ସସ ଭାଗନେଇ ସ୍ଵର୍ଣପଦକ ହାସଲ କରିଛନ୍ତି।