ଗୌରୀଆମ୍ମା ଯାତ୍ରା : ମୁଖ୍ୟ ଆକର୍ଷଣ କାଳୀ ମେଢ଼: ପ୍ରବଳ ଜନସମାଗମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ସହରରର ଗୌରୀଆମ୍ମା ଯାତ୍ରା ବହୁ ବର୍ଷ ଧରି ପାଳନ ହୋଇ ଆସୁଅଛି। କଳା ଓ ସଂସ୍କୃତିର ନିର୍ଦ୍ଦଶନ ଭାବେ ପରିଚିତ ଏହି ଐତିହାସିକ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲିଟିଛି ୪୫ ଫୁଟ ଉଚ୍ଚ ବିଶିଷ୍ଟ ମା” କାଳୀଙ୍କ ବିଶାଳ କାୟ ମେଢ। ମା” ଙ୍କ ଯାତ୍ରା ଓ ବିଶାଳକାୟ ମେଢ ପରସ୍ପର ସହ ଘନିଷ୍ଠ ସମ୍ପର୍କ ଅଟେ। ବହୁ ପୁରାତନ କାଳରୁ ଜଗନ୍ନାଥ ସାହି, ବର୍ତ୍ତମାନର ବ୍ରାହ୍ମଣସାହି ରେ ଗୌରୀ ଆମ୍ମା ଯାତ୍ରା ବେଳେ ମା” କାଳୀଙ୍କ ଏହି ମେଢ ନିର୍ମାଣ ହୋଇଆସୁଅଛି। ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ମା” ଗୌରୀଆମ୍ମା ଙ୍କ ଯାତ୍ରା ଜାରି ରହିଥିବା ବେଳେ ସୋମବାର ମଧ୍ୟ ରାତିରେ ମା” ଙ୍କ ପୂଜାର୍ଚ୍ଚନା ପରେ ମେଢ଼ରେ ମା” କାଳୀଙ୍କ ମୁଖା କୁ ଖୋଲା ଯାଇଥିଲା।ବହୁବର୍ଷ ପୂର୍ବେ ବ୍ରାହ୍ମଣ ସାହିର କରଣ ପରିବାରର ଜଣେ ମହିଳା କୋଲକାତାରେ ମା” ଦକ୍ଷିଣ କାଳୀଙ୍କ ଦର୍ଶନ କରିବା ପରେ ଯାତ୍ରାରେ ମା”ଙ୍କ ମେଢ ସ୍ଥାପନ କରିବା ନେଇ ତାଙ୍କ ମନରେ ଆଶା ଉଙ୍କି ମାରିଥିଲା। ଏହାପରେ ମା” ଗୌରୀଆମ୍ମା ଯାତ୍ରାରେ ମା” କାଳୀଙ୍କ ମୂର୍ତ୍ତି ଛିଡ଼ା କରିବାକୁ ସାମୁହିକ ଆଲୋଚନା ରେ ନିଷ୍ପତି କ୍ରମେ ସ୍ଥିର କରା ଯାଇଥିଲା। ପ୍ରଥମେ ୫୫ ଫୁଟ ଉଚ୍ଚତା ବିଶିଷ୍ଠ ମା” ଙ୍କ ମୂର୍ତ୍ତି ନିର୍ମାଣ ହୋଇଥିଲା। ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥିଲା। ସମୟକ୍ରମେ ମୂର୍ତ୍ତିର ଉଚ୍ଚତା କୁ ୪୫ ଫୁଟକୁ କମାଇ ଦିଆଯାଇଥିଲା। ମେଢ଼କୁ ପ୍ରସ୍ତୁତ କରିବାକୁ କାରିଗର ମାନଙ୍କୁ ପ୍ରାୟ ୨୦ ଦିନ ଲାଗିଥାଏ। ପୂଜାର୍ଚ୍ଚନା ବେଳେ କେହି ହେଲେ ମୂର୍ତ୍ତିକୁ ଆଗପଟୁ ଦର୍ଶନ ନକରିବା ପରମ୍ପରା ରହିଛି। ସାହି ବାସିନ୍ଦା ଚାନ୍ଦା ଆଦାୟ କରି ମା’ ଙ୍କ ପ୍ରତିମୂର୍ତ୍ତି କରିଥାନ୍ତି।ଗୌରୀଆମ୍ମା ଯାତ୍ରା ସରିବା ପରେ ମା’ ଙ୍କ ଆଭୂଷଣ ସମେତ ବିଭିନ୍ନ ଅଙ୍ଗକୁ ବାହାର କରି ସୁରକ୍ଷିତ ଭାବେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପକ୍କାଘରେ ସୁରକ୍ଷିତ ଭାବେ ରଖାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ