ଗୌରୀଙ୍କ ପାଇଁ ଏହା କରିପାରନ୍ତି ଶାହରୁଖ
ଗୌରୀ ଖାନକୁ ଶାହରୁଖ କେତେ ଭଲ ପାଆନ୍ତି, ଏକଥା କାହାକୁ ଅଛପା ନାହିଁ । ଶାହରୁଖ ଓ ଗୌରୀଙ୍କ ପ୍ରେମ କାହାଣୀ ନିଃସନେ୍ଦହରେ ଏକ ଶାଶ୍ୱତ ପ୍ରେମ କାହାଣୀ । ଗୌରୀଙ୍କ ପରେ ଶାହରୁଖଙ୍କ ପ୍ରେମ ଓ ପୂଜା ହେଉଛି ଚଳଚ୍ଚିତ୍ର । କିନ୍ତୁ ଗୌରୀଙ୍କ ପାଇଁ ଚଳଚ୍ଚିତ୍ର ଜଗତକୁ ବି ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ଶାହରୁଖ । ଏକ ମାଗାଜିନକୁ ଦେଇଥିବା ସାକ୍ଷାତକାରରେ ଶାହରୁଖ କହିଛନ୍ତି, ମୁଁ ଗୌରୀଙ୍କୁ ପାଗଳଙ୍କ ଭଳି ଭଲ ପାଏ । ତାଙ୍କ ପାଇଁ ମୁଁ ଚଳଚ୍ଚିତ୍ର ଜଗତ ଛାଡ଼ିବାକୁ ବି ପ୍ରସ୍ତୁତ । ଯଦି କେହି ଗୌରୀ ଓ ଚଳଚ୍ଚିତ୍ର ଭିତରୁ ଜଣକୁ ବାଛିବାକୁ କୁହେ, ମୁଁ ନିଦ୍ୱର୍ନ୍ଦ୍ୱରେ ଗୌରୀଙ୍କୁ ବାଛିବି । ଗୌରୀ ବି କୁହନ୍ତି, ଶାହରୁଖ ତାଙ୍କ ସଫଳତା ପାଇଁ ଯେତିକି ଧ୍ୟାନ ଦିଅନ୍ତି, ତାଙ୍କ ସୁରକ୍ଷା ପାଇଁ ବି ସେତିକି ଚିନ୍ତିତ । ଶାହରୁଖ ଗୌରୀଙ୍କୁ କେବେ ଧଳା ସାର୍ଟ ବିନ୍ଧିବାକୁ ବି ଦିଅନ୍ତିନି । କାରଣ ଶାହରୁଖଙ୍କୁ ଲାଗେ ଧଳା ସାର୍ଟ ଖୁବ୍ ପତଳା ଓ ପାରଦର୍ଶୀ ।