ଗୌରୀଶଙ୍କର ମନ୍ଦିର ରେ ଦୀପ ଦାନ ଯଜ୍ଞ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ପବିତ୍ର କାର୍ତ୍ତିକ ମାସ ଅବସରରେ ଆଜି ଛତ୍ରପୁର ଆଗ୍ରାହମସାହି ସ୍ଥିତ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ଦୀପଦାନ ଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଯଜ୍ଞ ଆସନ୍ତା ୧ ମାସ ଧରି ଚାଲିବ । ପ୍ରତ୍ୟକ ଦିନ ଭକ୍ତ ମାନେ ମନ୍ଦିରକୁ ଆସି ଦୀପଦାନ କରିବେ । ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଏହି ଦୀପ ଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରତ୍ୟକ ଦିନ ସଂନ୍ଧ୍ୟାରେ ଭକ୍ତ ମାନେ ମନ୍ଦିର ପ୍ରାଙ୍ଗଣକୁ ଆସି ମହାଦେବଙ୍କ ଆଳତି ଦର୍ଶନ କରିବା ସହିତ ଦୀପ ଦାନ କରିବେ । ଏହାକୁ ଦୃଷ୍ଠିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଭକ୍ତ ମାନେ କିପରି ଶୃଙ୍ଖଳା ରେ ଦୀପ ଦାନ କରିବେ ସେନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇଥିବା ମନ୍ଦିର କମିଟି ର ସଭାପତି ଚନ୍ଦ୍ର ଶେଖର ପଟ୍ଟନାୟକ କହିଛନ୍ତି । ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି ପ୍ରସାଦ ପଟ୍ଟନାୟକ,ସଂପାଦକ ଏ.ରାବଣା ରାଓ,ଉପସଭାପତି ରବିନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଟି.ଚନ୍ଦ୍ର ଶେଖର ରାଓ,କାର୍ଯ୍ୟକାରୀ ସଦସ୍ୟ ମନୋରଞ୍ଜନ ପଣ୍ଡା,ନବ ବେହେରା,ଅରୁଣ କୁମାର ଶତପଥୀ,ରଘୁନାଥ ମହାରଣା ଓ ଲୋକନାଥ ମାହରଣାଙ୍କ ପ୍ରମୂଖ ସହଯୋଗରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ