ଗ୍ରନ୍ଥ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ) :ପ୍ରତିଭା ପ୍ରମଣାମ ମଞ୍ଚ ପକ୍ଷରୁ ବହୁମୁଖି ପ୍ରତିଭାର ଅଧିକାରୀ ବିଦ୍ୟୁତପ୍ରଭା ଦେଓଙ୍କ ସମ୍ମାନାର୍ଥେ ଅଭିନ୍ଦନ ଗ୍ରନ୍ଥ ଉନ୍ମୋଚନ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ତାରିଖ ରବିବାରରେ ଏହି ଉତ୍ସବ ଅନୁଷ୍ଠିତ ହେବାସହ ଏଥିରେ ମୁଖ୍ୟ ଅତିଥି ଭାବେ ଗୋସ୍ୱାମୀ ଗୋଲାମ ଦେବତା, ମୁଖ୍ୟ ବକ୍ତା ଭାବେ କବି ମଧୁସୁଦନ ଦାସ, ଅନ୍ୟତମ ଅତିଥି ଭାବରେ ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ବାରିକ, ସମାଜର ସହସମ୍ପାଦକ ଡ. ସୁଜିତ କୁମାର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ପ୍ରମୁଖ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାହେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ସଭାରେ ସଭାପତିତ୍ୱ କରିବା ସହ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ସମ୍ପକରେ ସ୍ଥିର ହୋଇଥିବା ନେଇ ମଞ୍ଚର ଆବାହକ ରତ୍ନାକର ଦାସ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ପ୍ରାବନ୍ଧିକ ଓ କବିମାନେ ଯୋଗଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି ।