ଗ୍ରହଣ ପାଇଁ ସୂର୍ଯ୍ୟାଲୋକରେ ହେଲା ଚନ୍ଦ୍ର ପୂଜା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଚଳିତ ବର୍ଷ କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସୂର୍ଯ୍ୟାଲୋକରେ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଛି। ରାହୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ନେଇ ପାଞ୍ଜିକାର ମାନେ ଦେବନୀତି ନିର୍ଘଣ୍ଟ କରିଥିବା ବେଳେ ତଦନୁଯାୟୀ ଚନ୍ଦ୍ରପୂଜା ହୋଇଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ କୁମାରୀ ମାନେ ପାଳନ କରୁଥିବା କୁମାରପୂର୍ଣ୍ଣିମା ଅତି ନିରାଡ଼ମ୍ବର ଭାବେ ପାଳନ ହୋଇଛି। ଗ୍ରହଣ ପାଇଁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍ନ ୪ଟା ପୂର୍ବରୁ କୁମାରୀ ମାନେ ସୂର୍ଯ୍ୟାଲୋକରେ ଚନ୍ଦ୍ରଙ୍କ ପାଇଁ ଆଞ୍ଜୁଳି ଟେକିଛନ୍ତି। ବୃନ୍ଦାବତୀ ସହିତ ବିଭିନ୍ନ ଦେବାଦେବୀ ମନ୍ଦିର ଠାରେ ବ୍ରତଧାରୀ କନ୍ୟା ମାନେ ଏକତ୍ରିତ ହୋଇ ଫୁଲ ଚନ୍ଦନ ନୈବିଦ୍ୟରେ ଚନ୍ଦ୍ରଙ୍କୁ ମାନସିକ ଭାବେ ପୂଜା କରି ଅତି ନିରାଡ଼ମ୍ବର ଭାବେ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଛନ୍ତି।