ଗ୍ରହରାଜଙ୍କ ୩୫ତମ ପ୍ରତିଷ୍ଠା ଦିବସ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖୀ ବ୍ଲକ ପ୍ରାଙ୍ଗଣ ଶନିମନ୍ଦିର ଠାରେ ଗ୍ରହରାଜ ଶନିଦେବଙ୍କ ୩୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଘଟଉତ୍ତୋଳନ ପରେ ମୁଖ୍ୟ ପୂଜକ ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟାଧର ଦ୍ୱିବେଦୀ ଓ ଲତାଞ୍ଜଳୀ ଦ୍ୱିବେଦୀ ସଂକଳ୍ପ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ପୂଜକ ଚକ୍ରଧର ପଣ୍ଡା, ସୋମନାଥ ପଣ୍ଡା, ମନୋଜ ପଣ୍ଡାଙ୍କ ଦ୍ୱାରା ବୈଦିକ ମନ୍ତ୍ରରେ ପୂଜ୍ୟପୂଜା, ପଞ୍ଚକବ୍ୟ, ଗୋ-ଦାନ, ଗଣପତିପୂଜା, ମହାବାକ୍ୟ, ଶନିଶ୍ଚରଙ୍କ ଷୋଡଶ ଉପଚାର ସହିତ ହୋମ ଯଜ୍ଞ ପରେ ପୂର୍ଣ୍ଣାହୂତି ହୋଇଥିଲା । କୋଭିଡ କଟକଣା ଅନୁଯାୟୀ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଯୋଗଦେଇ ଗ୍ରହରାଜଙ୍କ ଆଶିଷ ଗ୍ରହଣ କରିଥିଲେ । ପ୍ରତିଷ୍ଠା ଉତ୍ସବକୁ ହେମନ୍ତ ଜେନା, ଲଳିତ ରାଉତ, ଦେବେନ୍ଦ୍ର ଦାସ, ଶରତ ପଲେଇ, ସୁରେନ୍ଦ୍ର ପାତ୍ର, ବାସୁଦେବ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।