ଗ୍ରହ ଅନୁସାରେ କରନ୍ତୁ ଦାନ

(ଯୁଗାଦ୍ଦ ନ୍ୟୁଜ) ପୁରାଣ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ଦାନ ବୋଲି ବିବେଚନା କରାଯାଇଛି । ଦାନ ଦେବା ଦ୍ୱାରା ଅନେକ ସମସୃାରୁ ମୁକ୍ତି ମିଳିଥାଏ । ଜନ୍ମ କୁଣ୍ଡଳୀରେ ଗ୍ରହର ସ୍ଥିତି ଖରାପ ଥିଲେ ଏହାର ନିବାରଣ ପାଇଁ ଗ୍ରହ ସମ୍ବନ୍ଧୀୟ ବସ୍ତୁ ଦାନ କଲେ ଶୁଭ ଫଳ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ଗ୍ରହ କୁଣ୍ଡଳୀରେ ଖରାପ ସ୍ଥିତିରେ ଥିଲେ କେଉଁ ବସ୍ତୁ ଦାନ କରିବେ । ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଖରାପ ସ୍ଥିତିରେ ଥିଲେ ଲାଲ-ହଳଦିଆ ବସ୍ତ୍ର, ଗହମ, ତମ୍ବା, ମାଣିକ୍ୟ, ମସୁର ଡାଲି, ଲାଲ ରଙ୍ଗର ଫଳ କିମ୍ବା ଫୁଲ ଲାଲ ଚନ୍ଦନ ଓ ସୁନା ଦାନ କଲେ ଶୁଭ ଫଳ ମିଳିଥାଏ । ଧଳା ରଙ୍ଗର ବସ୍ତ୍ର, ଖିର, ଦହି, ଶଙ୍ଖ, ମୋତି, ଚାନ୍ଦି, ଚିନି, ଚାଉଳ ଆଦି ଦାନ କଲେ ଚନ୍ଦ୍ର ଗ୍ରହ ପ୍ରଭାବରୁ ପାଉଥିବା କଷ୍ଟ ଦୂର ହୁଏ । ମଙ୍ଗଳ ଗ୍ରହରୁ ମିଳୁଥିବା କଷ୍ଟରୁ ବଞ୍ଚିବା ପାଇଁ ସୁନା, ଗୁଡ, ଲାଲ ରଙ୍ଗର ବସ୍ତ୍ର, ଲାଲ ରଙ୍ଗର ମିଠା, ରକ୍ତ ଚନ୍ଦନ ଦାନ କରନ୍ତୁ ।
ସୁନା, ପାନ୍ନା ରତ୍ନ, କଂସା, ସବୁଜ ରଙ୍ଗର ବସ୍ତ୍ର, ସବୁଜ ରଙ୍ଗର ଫଳ ଦାନ କଲେ ବୁଧ ଗ୍ରହର ଖରାପ ଦୃଷ୍ଟିରୁ ବଞ୍ଚିପାରିବେ । କୁଣ୍ଡଳୀରେ ବୃହସ୍ପତି ଖରାପ ସ୍ଥିତିରେ ଥିଲେ ହଳଦିଆ ରଙ୍ଗର ବସ୍ତ୍ର, ଚଣା ଡାଲି, ହଳଦୀ, ଧାର୍ମିକ ପୁସ୍ତକ, ସୁନା ଧାତୁ, ମହୁ ଆଦି ଦାନ କଲେ ଶୁଭ ଫଳ ମିଳିଥାଏ । ଶୁକ୍ର ଗ୍ରହର ଦୋଷ ଦୂର କରିବା ପାଇଁ ଚାଉଳ, ଘିଅ, ହୀରା, ଚିନି, ମିଶ୍ରି, ଦହି, ଧଳା ରଙ୍ଗର ବସ୍ତ୍ର ଦାନ କଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ । ଶନି ଗ୍ରହ କୁଣ୍ଡଳୀରେ ଖରାପ ସ୍ଥିତିରେ ରହିଥିଲେ କଳା ରଙ୍ଗର ବସ୍ତ୍ର, ହରଡ ଡାଲି, ଲୁହା, କଳା ରଭ୍ଗର ଚଣା, ନୀଲମ ଧାତୁ, ସୋରିଷ ତେଲ ଦାନ କଲେ ଶନି ପୀଡା ଦୂର ହୁଏ । ରାହୁ ଜନ୍ମ କୁଣ୍ଡଳୀରେ ଖରାପ ସ୍ଥିତିରେ ଥିଲେ ଖଣ୍ଡା, ସ୍ୱର୍ଣ୍ଣ ମିଶ୍ରିତ ନାଗ, ତମ୍ବା ବାସନ, କଳା ସୋରିଷ ଦାନ କଲେ ଶୁଭ ଫଳ ମିଳିଥାଏ । କେତୁ ଗ୍ରହ ଖରାପ ସ୍ଥିିତିରେ ଥିଲେ ୭ ପ୍ରକାର ଶସ୍ୟ କଳା, ସୁନା, ରୁପା ଧାତୁ, ତମ୍ବା ଆକୃତିର ସର୍ପ, ମିଠା, ଦାନ କଲେ ଭଲ ଫଳ ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ