ଗ୍ରାମପଞ୍ଚାୟତ ସ୍ତରୀୟ ବିକାଶ ବାହନ ଯାତ୍ରା

ସାରସକଣା,(ଭଗୀରଥ ମହାନ୍ତ) : ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ରାଜାଲୋକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ରବି କାନ୍ତ ସିଂଙ୍କ ସଭାପତିତ୍ବରେ ଗ୍ରାମପଞ୍ଚାୟତ ସ୍ତରୀୟ ବିକାଶ ବାହନ ଯାତ୍ରା ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଜ୍ୟରେ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଏବଂ କାର୍ଯ୍ୟକାରୀ ହେବାକୁଥିବା କଲ୍ୟାଣକାରୀ ଯୋଜନା ଗୁଡିକର ବିସ୍ତୃତ ବିବରଣୀ ଗୁଡ଼ିକ ଭିଡ଼ିଓ ମାଧ୍ୟମରେ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବା ଜନସଧାରଣ ମାନଙ୍କୁ ସରଳ ଭାବେ ସୂଚନା ଦେଇଥିଲେ । ଏହି ଉତ୍ସବରେ ଗ୍ରାମପଞ୍ଚାୟତର ପିଇଓ ହୃଦସ୍ପତି ବାସ୍କେ , ଏଡ଼ିଇଓ ଅମୀୟ କୁମାର ଗିରି , ଯୋଗାଣ ସହାୟକ ସୋମ୍ୟରଞ୍ଜନ ପ୍ରତିହାରୀ , ସୁଭଦ୍ରା ହେଲ୍ପଡେକ୍ସ ଦନଗି ମୁର୍ମୁ ଉପସ୍ଥିତ ଥିବା ବେଳେ ବ୍ଲକ୍ ନାବାର୍ଡ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ପ୍ରଦୀପ ସେଠୀ ଯୋଗ ଦେଇ ସରକାରଙ୍କ ସୁକନ୍ୟା ସମୃଦ୍ଧ ଯୋଜନା , ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଓ ଅଟଳ ପେନସନ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ । ଏହି ଉତ୍ସବ ଅବସରରେ ସରକାରଙ୍କ ଜନକଲ୍ୟାଣକାରୀ ବିଭିନ୍ନ ବିଭାଗ ଅନ୍ତର୍ଗତ ଯୋଜନାରେ ସହାୟତା ପାଇଥିବା ସଫଳ ବ୍ୟକ୍ତିମାନଙ୍କ ଉର୍ଦ୍ଦେଶ୍ୟରେ ଯଥା ଅନ୍ତ୍ଯୋଦୟ ଯୋଜନାରେ ପାଞ୍ଚ ଜଣଙ୍କୁ ଗୃହ କାର୍ଯ୍ୟାଦେଶ , ଦୁଇ ଜଣଙ୍କୁ ନୂତନ ରେସନ୍ କାର୍ଡ , ଏକୋଇଶ ଜଣଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ତିନି ହଜାର ପାଞ୍ଚ ଶହ ଟଙ୍କାର ବର୍ଦ୍ଧିତ ଭତ୍ତା , ଦୁଇ ଜଣ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର୍ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଶେଷ ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ରବି କାନ୍ତ ସିଂ ଉପସ୍ଥିତ ରହିଥିବା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଉକ୍ତ କାର୍ଯ୍ୟକ୍ରମ ଉତ୍ସବକୁ ସମାପ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ