ଗ୍ରାମବାସୀଙ୍କ ଦ୍ୱାରା ଟିଭି କାର୍ଡ ରାକେଟ ଅଟକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଅଞ୍ଚଳରେ ଘରଘର ବୁଲି ଟିଭି ରିଚାର୍ଜ କରୁଥିବା ଗ୍ରାମବାସୀ ଅଟକ ରଖିଥିବା ଖବର ଆଜି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡା ମହାକାଳପଡା ଅଞ୍ଚଳର ଦୁଇଜଣ ଯୁବକ ଏକ ମୋଟରସାଇକେଲ ଯୋଗେ ଗାଁଗାଁ ବୁଲି ଅଭିନବ ଉପାୟରେ ଲୋକଙ୍କୁ ଠକିଥିବା ଜଣାପଡିଛି । ସଂପୃକ୍ତ ଯୁବକ ଦୁଇଜଣ ଆଜି ପୁରୁସ୍ତମପୁର ଓ ହାଜିପୁର ଗାଁର କିଛି ଘରକୁ ଯାଇ ଟିଭିରେ ଦୁଇ ବର୍ଷିଆ ଅଫର କାର୍ଡ ପକାଇବାକୁ ଲୋକମାନଙ୍କୁ ପ୍ରଲୋଭନ ଦେଖାଇଥିଲେ । ପୁରସ୍ତମପୁର ଛକ ଠାରେ ଥିବା ବାବଜୀ ସାମଲଙ୍କ ଘରେ ଦୁଇଜଣ ଯୁବକ ପହଞ୍ଚି କାର୍ଡ ପକାଇବା ପାଇଁ ୧୩ଶହ ଟଙ୍କା ଗୃହ କର୍ତ୍ତାଙ୍କ ଠାରୁ ଆଣିଥିଲେ । ସର୍ଭର ସ୍ଲୋ ଥିବାରୁ କିଛି ସମୟ କାର୍ଡ ପଡିବାକୁ ଡେରି ହେବ କହି ଦୁଇଜଣ ଠକ ଗୃହକର୍ତ୍ତାଙ୍କ ଘରୁ ଏକ ମୋବାଇଲ ଧରି ପଳାଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କର ପିଛା କରି ଯାଜପୁର ବହ୍ଲବୀଘାଟ ଠାରୁ ଦୁଇଜଣ ଠକଙ୍କୁ ଧରିଥିଲେ । ଏହାପରେ ସେମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଉଦ୍ଧାର ହୋଇଥିବାବେଳେ ଦୁଇ ଠକଙ୍କୁ ସ୍ଥାନୀୟ ଲୋକେ ଭଣ୍ଡାରିପୋଖରୀ ଥାନାରେ ଜିମା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ