ଗ୍ରାମରୋଜଗାର ସେବକଙ୍କୁ କାର୍ଯ୍ୟରୁ ହଟାଇବାକୁ ଦାବୀ

ଗଜପତି , (ଯୁଗାବ୍ଦ ନ୍ୟୁଜ) : ସରକାର ଗ୍ରାମଞ୍ଚଳ ତଥା ଗରିବ ଓ ଆଦିବାସୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିବାବେଳେ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଏହି ଯୋଜନାର ଅବବ୍ୟବହାର ହୋଇଥିବା ଜଣାପଡିଛି । ଲାଲବାହିନୀର ଗଡ ଭାବରେ ପରିଚିତ ମୋହନାବ୍ଲକର କଟାମା ପଞ୍ଚାୟତରେ ଗ୍ରାମରୋଜଗାର ସେବକ ଜିତେନ୍ଦ୍ର ପଣ୍ଡା ଠିକ ଭାବରେ ନିଜର କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ଜିତେନ୍ଦ୍ର ଦୁଇଟି ଗ୍ରାମପଞ୍ଚାୟତ ଅଲିଗଣ୍ଡା ଓ କଟାମାର ଗ୍ରାମରୋଜଗାର ସେବକ ଥିବାବେଳେ ଆଜିକୁ ପ୍ରାୟ ୧ବର୍ଷ ବିତିଯାଇଥିଲେ ସୁଦ୍ଧା ସେ କଟାମା ଗ୍ରାମପଞ୍ଚାୟତକୁ ଥରେ ହେଲେ ଯାଇନାହାନ୍ତି । ଅନ୍ୟପଟେ ଅଲିଗଣ୍ଡା ପଞ୍ଚାୟତରେ ଲୋକମାନଙ୍କୁ ଇନ୍ଦରାଆବାସ କରାଇବା ପାଇଁ ୨ ହଜାର ରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଟିଏପଟେ ମୋଟା ଅଙ୍କର ଦରମା ନେଉଥିବାବେଳେ ଅନ୍ୟପଟେ ଏହା ଉପରେ ବ୍ଲକ ପ୍ରଶାସନର କିପରି ନଜର ପଡୁନି ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିବା ସହ ଗ୍ରାମରୋଜଗାର ସେବକ ପଦବୀରୁ ଜିତେନ୍ଦ୍ରଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ