ଗ୍ରାମର ନାମ ରଖିଲେ ଲଷ୍ମୀ ପ୍ରିୟା

ଭଞ୍ଜନଗର,(ସନ୍ତୋଷ ଜେନା):ଚଳିତ ଶିକ୍ଷା ବର୍ଷ ରେ ଯୁକ୍ତ ଦୁଇ ବିଜ୍ଞାନ ର ପ୍ରକାଶ ଫଳ ରେ ଝିଅ ମାନଙ୍କ ସଫଳତା ଦେଖିବାକୁ ମିଳିଛି, ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବ୍ଲକ ବଡ କୋଦଣ୍ଡା ଗ୍ରାମର ଲଷ୍ମୀ ପ୍ରିୟା ଯୁକ୍ତ ଦୁଇ ବିଜ୍ଞାନ ରେ ଶତକଡା ୯୧ ଭାଗ ରଖି ଭଞ୍ଜନଗର ତଥା ବଡକୋଦଣ୍ଡ। ଗ୍ରାମ ପାଇଁ ଗର୍ବ ଆଣିଛନ୍ତି। ବଣ ମଲ୍ଲି ପରି ଗ୍ରାମ ର ଝିଅଟି ପିଲାଟେ ବେଳୁ ଭଲ ପାଠ ପଢ଼ାରେ ମନ ଦେଇଥିଲେ।ତେଣୁ ବାପା ଗୌତମ ଙ୍କ ର ରୋଜଗାର କମ ଥିଲେ ମଧ୍ୟ ଋଣ କରଜ କରି ଝିଅକୁ ଉଚ୍ଚ ଶିକ୍ଷ୍ୟା ପାଇଁ ବ୍ରହ୍ମପୁର ର ଏକ ଘରୋଇ ବିଦ୍ୟାଳୟ ରେ ନାମ ଲେଖାଇ ଥିଲେ କିନ୍ତୁ ଆଜି ଝିଅ ର ସଫଳତାରେ ପରିବାର ସମସ୍ତେ ଖୁସି।ଦିନକୁ ବାର ଘଣ୍ଟା ପରିଶ୍ରମ କରି ପାଠ ପଢ଼ୁଥିଲେ ଓ ଏଥିପାଇଁ ବିଦ୍ୟାଳୟ ଶିକ୍ଷକ ମାନଙ୍କ ସହଯୋଗ ରହିଥିଲା| ଲଷ୍ମୀ ପ୍ରିୟା ଆଗକୁ ଡାକ୍ତରୀ ପାଠ ପଢିବାକୁ ଇଛା ଥିବା ବେଳେ ଅର୍ଥ ସଜିଛି ବାଧକ।ତେଣୁ ଆଜି ତାଙ୍କ ପରିବାର ସରକାର ଓ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ