ଗ୍ରାମର ଶାନ୍ତି ସମୃଦ୍ଧି ନିମନ୍ତେ ନାମଯଜ୍ଞ ଅନୁଷ୍ଠିତ

ଶେରଗଡ, (ବିଭୁ ପ୍ରସାଦ ଦାସ):ଗଞ୍ଜାମ୍ ଜିଲ୍ଲା ର ଶେରଗଡ ବ୍ଲକ ସ୍ଥିତ ବଳିଆର ସିଂହ ପୁର୍ ଶାସନ ରେ ମାନବ ସମାଜ ର ଶାନ୍ତି ଓ ସୁଖ ପାଇଁ ଏକ ଅଷ୍ଟପ୍ରହରୀ ନାମ ଯଜ୍ଞ ଯାହା ଗତ କାଲି ପ୍ରାରମ୍ଭ ହୋଇଥିଲା ଏହା ମହାସମାରୋହ ରେ ଅନୁଷ୍ଟିତ ହୋଇ ଯାଇଅଛି l କୁହାଯାଏ ଏହା ଏହି ଗ୍ରାମ ରେ ପ୍ରଥମ l ଉକ୍ତ ଅଷ୍ଟପ୍ରହରୀ କୁ ଗ୍ରାମ ର କିଛି ଆଗଧାଡିର ଧର୍ମ ପ୍ରାଣା କର୍ମକର୍ତ୍ତା ଯାଥା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଅଧିକାରୀ, ଶ୍ରୀ ରମେଶ ଚନ୍ଦ୍ର ପାତ୍ର, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ଦେବାଶିଷ ମହାପାତ୍ର, ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର, ଶ୍ରୀ ଅନନ୍ତରାମ କର , ଶ୍ରୀ କୃଷ୍ଣ ଚନ୍ଦ୍ର ପ୍ରହରାଜ, ଶ୍ରୀ କୃଷ୍ଣ ଚରଣ ମିଶ୍ର, ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର, ଶ୍ରୀ ସଞ୍ଜୟ ଦାଶ, ଶ୍ରୀ ଅଲେଖ ପାଣିଗ୍ରାହୀ, ବାବାଜୀ କୃଷ୍ଣ ଚନ୍ଦ୍ର ଦାଶ, ଶ୍ରୀ ରୁଦ୍ର ଦାଶ, ଶ୍ରୀ ଚିନ୍ମୟ ମିଶ୍ର, ଶ୍ରୀ ଲୋକନାଥ ଦାଶ, ଶ୍ରୀ କରୁଣା କର ସ୍ଵାଇଁ , ଶ୍ରୀ ରାମ ଚନ୍ଦ୍ର ଦାସ ଓ ଅନାନ୍ୟ ସହଯୋଗ ର ହାତ ବଢ଼ାଇ ଥିଲେ l ଆଖାପାଖ ଅଞ୍ଚଳ ର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଯାଥା ଗୋବିନ୍ଦପୁର, କଣ ଭାଗ,ଠୁରୁବୁରେଇ, ବାକିଲିକଣା, ପଥରପୁଞ୍ଜି, ହିଞ୍ଜିଳିକାଟୁ, ଗୋଠ ଗାଁ, ଖାସପା l ତୁହା କୁ ତୁହା ବର୍ଷା ଗ୍ରାମ ବାସୀ ଉତ୍ସାହ କୁ କମ କରି ପାରି ନଥିଲା ଓ ଆଖପାଖ ଅଞ୍ଚଳ ର ବହୁ କୃଷ୍ଣ ଭକ୍ତ ଉତ୍ସବ ରେ ସାମିଲ ହୋଇଥିଲେ l ଉକ୍ତ ଉତ୍ସବ ର ଉଦ୍ୟୋକ୍ତା ଶ୍ରୀ ରଘୁନାଥ ଦାଶ କାର୍ଯ୍ୟକ୍ରମ ର ସଫଳ ପରିଚାଳନା ପାଇଁ ସମସ୍ତ୍ ଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ l ଆଜି ପୂର୍ଣ୍ଣାହୁତି ସହ ଏହା ର ପରିସମାପ୍ତି ଘଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ