ଗ୍ରାମାଂଚଳରେ ବେଆଇନ ମଦ କାରବାର ନିପ୍ ପିଛା ଦର ୩ଶହରୁ ୪ଶହ ଟଙ୍କା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ) : କରୋନା ସଂକ୍ରମଣ ରୋକିବା ପାଇଁ ଗତ ୨୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ଜନତା କର୍ଫ୍ୟୁ ଜାରି କରିଥିଲେ । ଏହା ପରେ ଗତ ୨୩ ତାରିଖ ଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ଶନିବାର ଠାଣୁ ଓଡ଼ିଶାର କେତେକ ସହରରେ ୪୮ ଘଂଟା ପାଇଁ ସଟଡ଼ାଉନ ଘୋଷଣା କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରେ ମଧ୍ୟାନ୍ନ ୧୨ ଟା ଠାରୁ ସକାଳ ୭ଘଂଟା (୧୯ ଘଂଟା ପାଇଁ)ପର୍ଯ୍ୟନ୍ତ ଶଟଡ଼ାଉନ ଘୋଷଣା କର।।ଯାଇଛି । ଫଳରେ ଔଷଧ ଦୋକାନକୁ ବାଦ୍‌ଦେଇ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ଦୈନିକ ୫ ଘଂଟା (ସକାଳ ୭ଟାରୁ ମଧ୍ୟାନ୍ନ ୧୨ ଟା)ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହାକୁ ବାଦ ଦେଲେ କୌଣସି ଦୋକାନ ବଜାର, ହୋଟେଲ, ରେଷ୍ଟୁରାଂଟ, ବଡ଼ବଡ଼ ମଲ୍‌, ବିଦେଶୀ ମଦ ଦୋକାନ , ବାର୍ ଇତ୍ୟାଦି ବନ୍ଦ ରହିଛି । ମାତ୍ର ଗ୍ରାମାଂଚଳର କିଛି ଅସାଧୁ ବ୍ୟବସାୟୀ ମଦ ବିକ୍ରି କରି ମାଲାମାଲ ହେଉଥିବାର ନଜିର ରହିଛି । ସରକାର ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପୂର୍ବରୁ କିଛି ଅସାଧୁ ବ୍ୟବସାୟୀ ପ୍ରାକ୍ ସୂଚନା ପାଇ ବହୁ ପରିମାଣରେ ବିଦେଶୀ ମଦ କ୍ରୟ କରି ବିଭିନ୍ନ ସ୍ଥାନରେ ଲୁଚାଇ କଳାବଜାର କରୁଥିବାର ଜଣାପଡ଼ିଛି । ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନିପ୍ (୧୮୦ମିଲି) ପିଛା ୩ ଶହରୁ ୪ଶହ ଟଙ୍କାରେ ବିକ୍ରି କରୁଥିବାର ଜଣାପଡ଼ିଛି । ସ୍ଥାନୀୟ ଥାନା ଅଂଚଳରେ ବିଭିନ୍ନ ଗ୍ରାମାଂଚଳରେ ମଦ କାରବାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ସ୍ଥାନୀୟ ଥାନାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ବେଆଇନ ମଦ କାରବାର ଅଣାୟତ ହେବାରେ ଲାଗିଛି । ଏପରିକି କିଛି ଅଂଚଳରୁ ସ୍ଥାନୀୟ ଅଂଚଳକୁ ନକଲି ମଦ ଆସୁଥିବା ଶୁଣିବାକୁ ମିଳୁଛି । ଏହି ବେଆଇନ ମଦ କାରବାରକୁ ରୋକା ନଗଲେ କରୋନା ସଂକ୍ରମଣ ନୁହେଁ ବରଂ ମଦମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ